ଓସ୍କାର ଓଲିଉଡ ଲିଙ୍କ ପ୍ରସଙ୍ଗ : ବିଜେପି ନେତା ବିଜୟ ମହାପାତ୍ରଙ୍କ ସଙ୍ଗୀନ ଅଭିଯୋଗ

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଓଲିଉଡ ଲିଙ୍କ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଅଭିଯୋଗ କରିଛନ୍ତି ବହୁ ମାଫିଆଙ୍କୁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହନ ଦେଇଛନ୍ତି । ବିଜୟ କହିଛନ୍ତି ତୃତୀୟ ମହଲାର ଅଧିକାରୀମାନେ ଏଥିରେ ସଂପୃକ୍ତ ଅଛନ୍ତି । ଚିଟଫଣ୍ଡ ମାମଲାରେ ସିବିଆଇ ନିରପେକ୍ଷ ତଦନ୍ତ କରୁନାହିଁ କିମ୍ବା କାହାରିକୁ ଧରୁନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି । ପଶ୍ଚିମବଙ୍ଗରେ ଚିଟଫଣ୍ଡ କାରବାର ବନ୍ଦ ହୋଇଯାଇଥିବାବେଳେ ଓଡିଶାରେ କିପରି ଚାଲିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜୟ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନମିଳିରେ କ୍ରାଇମବ୍ରାଂଚ ବଡ ମାଛଙ୍କୁ ଧରିପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି ।