ବିଜେପି ବିରୋଧରେ ବର୍ଷିଲେ ବିଜୟ ! କହିଲେ, ଦଳରେ ବରିଷ୍ଠ ନେତା ଅଲୋଡା

33

କନକ ବ୍ୟୁରୋ : ବିଜେପି ବିରୋଧରେ ବର୍ଷିଲେ ବିଜୟ । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର  ଆଜି ଦଳ ବିରୋଧରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି ।  ସେ କହିଛନ୍ତି, ବିଜେପିରେ ବହୁତ ଅଲୋଡା ଅଛନ୍ତି  । ଦଳର ବହୁତ ପୁରୁଣା ଲୋକଙ୍କ ମନରେ  ଆଶଙ୍କା ଓ ସନ୍ଦେହ  ରହିଛି । ଏମାନେ ନିଜ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି । ଯାଜପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଉପରେ ଦଳ ତର୍ଜମା କରିବା ଆବଶ୍ୟକ । ତେବେ ବିଜେପୁର ଉପନିର୍ବାଚନ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି । ଦଳରେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଏ କଥା ବୁଝିବେ ।  ଏହାଛଡା କେନ୍ଦ୍ରମନ୍ତ୍ରୀ ଯେଉଁଭଳି ଓଡ଼ିଶାକୁୁ ଆସି ଟାର୍ଗେଟ କରିଛନ୍ତି ସେମାନଙ୍କ ଭୁମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।  ଓଡିଶାକୁ ଟାର୍ଗେଟ କରିବା ପୂର୍ବରୁ ରାଜ୍ୟର ବାସ୍ତବ ଚିତ୍ର  ଜାଣିବା ଆବଶ୍ୟକ  । ନଚେତ୍ ଏହା ଆଗକୁ ଦଳକୁ କଷ୍ଟ ଦେବ ।

bijayamohapatraବିଜୟ ମହାପାତ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ବିଜେପିରେ ବ୍ୟାପକ ମାତ୍ରାରେ ଲୋକ ଯୋଡି ହୋଇଛନ୍ତି ଓ ଦଳ ଆଗକୁ ବଢୁଛି ବୋଲି ଗୋଲକ କହିଛନ୍ତି । ରାଜ୍ୟରେ ୪୦ ଲକ୍ଷରୁ ଅଧିକ କର୍ମୀ ଅଛନ୍ତି । ସମସ୍ତଙ୍କୁ ନେଇ ବିଜେପି ଆଗକୁ ଚାଲିବ । କେହି ଆମପାଇଁ ଅଲୋଡା ନୁହଁନ୍ତି । ବିଜୟ ମହାପାତ୍ର କଣ ନିଜକୁ ସେ କର୍ମୀ ମାନଙ୍କ ଭିତରୁ ଜଣେ ଭାବୁନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଗୋଲକ ମହାପାତ୍ର । ଏ ନେଇ ବିଜୟ ଦଳୀୟ ଫୋରମରେ କେବେ କହିନାହାନ୍ତି ବୋଲି ମଧ୍ୟ କହିଛନ୍ତି ଗୋଲକ ।

କଂଗ୍ରେସ ସହ ବିଜେଡିର ମେଂଟ ନେଇ ଦାମଙ୍କ ମନ୍ତବ୍ୟ ଉପରେ ବି ସେ ପ୍ରତିକ୍ରିୟା ରଖିଛନ୍ତିା ବିଜେପିର ବରିଷ୍ଠ ନେତା କହିଛନ୍ତି  ଏହି ମେଂଟ ବହୁତ କଷ୍ଟ ।  ବର୍ତମାନ ରାଜ୍ୟରେ ରାଜନୈତିକ ଚିତ୍ର ଅସ୍ପଷ୍ଟ ରହିଛିା ଉଭୟ ଦଳ ଏ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟକରିବା ଦରକାର ।  ତେବେ ରାଜନୀତିରେ ସବୁ ସମ୍ଭବ ବୋଲି କହିଛନ୍ତି ବିଜେପିର ଏହି ବରିଷ୍ଠ ନେତା ।ତେବେ ବିଜୟଙ୍କ ଏଭଳି ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ବିଜୟ ଦଳରେ ଥିଲେ ମଧ୍ୟ ଅନେକ ସମୟରେ ଦଳ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥାନ୍ତି । ଏହି ଭେଟରାନ ନେତା ଜଣକ ଦୀର୍ଘ ଦିନ ଧରି ଦଳରେ ଅଲୋଡା ଭାବରେ ପଡି ରହିଛନ୍ତି । କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁନଥିଲା । ତେବେ ବିଜୟଙ୍କ ଏହି ବୟାନ ପରେ ଏବେ ରାଜନୀତି ମହଲରେ ଚର୍ଚ୍ଚାର ଖୋରାକ ପାଲଟିଛି ।