ଏ କେମିତିକା ତିନ୍ ତଲାକ୍ ? ମଦ ପିଇଲେନି କି, ମର୍ଡନ ମହିଳା ହେଲେନି ବୋଲି ପର କରିଦେଲା ସ୍ୱାମୀ ।

1,073

କନକ ବ୍ୟୁରୋ: ତିନ୍ ତଲାକ୍ ଆଇନ୍ ଲାଗୁ ପରେ ହୁଏତ ଦେଶରେ ଏହା ପ୍ରଥମ ଘଟଣା ଯାହା ଜାଣିଲେ ଆଚମ୍ବିତ ହୋଇଯିବେ । ବିହାରରେ ଜଣେ ମୁସଲମାନ ମହିଳା ଅଭିଯୋଗ କରିଛନ୍ତି ଯେ ସେ ମଦ ପିଉନଥିବା ଏବଂ ଛୋଟ ଡ୍ରେସ ପିନ୍ଧୁ ନଥିବାରୁ ତାଙ୍କର ସ୍ୱାମୀ ତିନି ତଲାକ ଦେଇଛନ୍ତି । ଏପରିକି ସେ ସାଧାରଣ ମହିଳାରୁ ଜଣେ ମର୍ଡନ ମହିଳା ହେଲେନି ବୋଲି ତାଙ୍କୁ ତଲାକ ଦେଇଛନ୍ତି ସ୍ୱାମୀ ।

ସୂଚନା ମୁତାବକ, ୨୦୧୫ରେ ବିହାରର ମୁସ୍ତାଫାଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସେ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରେ ତାଙ୍କ ସ୍ୱାମୀ କହିଥିଲେ ଯେ ତାଙ୍କୁ ଆଧୁନିକ ଝିଅ ଖୁବ୍ ଭଲ ଲାଗନ୍ତି । ଛୋଟ ପୋଷାକ ପିନ୍ଧିବା, ନାଇଟ ପାର୍ଟିରେ ଯୋଗ ଦେବା ଓ ମଦ ପିଉଥିବା ଝିଅଙ୍କୁ ସେ ଅଧିକ ପସନ୍ଦ କରିଥାନ୍ତି । ଏଣୁ ସେ ଚାହୁଁଥିଲେ ତାଙ୍କ ସ୍ତ୍ରୀ ବି ସେମିତି ମଦ ପିଅନ୍ତୁ ଏବଂ ଛୋଟ ଡ୍ରସ୍ ପିନ୍ଧି ନାଇଟ କ୍ଲବକୁ ଯାଆନ୍ତୁ ,କିନ୍ତୁ ଏଭଳି କରିବାକୁ ରାଜି ନ ହେବାରୁ ତାଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଲା ।

ପୀଡ଼ିତାଙ୍କର ୨ ଟି ସନ୍ତାନ ଅଛନ୍ତି । ଗତ ସେପ୍ଟେମ୍ବର ପହିଲାରେ ତାଙ୍କ ସ୍ୱାମୀ ତାଙ୍କୁ ପର ପରିଦେଇ ତିନି ତଲାକ ଦେଇଛନ୍ତି । ଏ ମାମଲା ସଂପର୍କରେ ବିହାର ରାଜ୍ୟ ମହିଳା କମିସନର ଅଧ୍ୟକ୍ଷ ଦିଲମଣି ମିଶ୍ର ସ୍ୱାମୀ ମୁସ୍ତାଫାଙ୍କୁ ନୋଟିସ ଜାରି କରିଥିବା ଜଣାଯାଇଛି । ତେବେ ସବୁଠାରୁ ବଡ଼କଥା ହେଲା, ଏହି ଘଟଣା ପରେ ଏବେ ସାଧାରଣରେ କ୍ଷୋଭ ପ୍ରକାଶ ପାଇବା ସହ ପ୍ରଶ୍ନ ଉଠିଛି ଯେ, ଛୋଟ ଡ୍ରେସ୍ ନପିନ୍ଧିବା କ’ଣ ପାପ? କ’ଣ ଜଣେ ସାଧାରଣ ମହିଳାରୁ ମର୍ଡନ ମହିଳା ହେଲେନି ବୋଲି ତାଙ୍କୁ ତିନ୍ ତଲାକ ମିଳିବ?