ପିଆଜ ଏବଂ ରସୁଣର ବର୍ଦ୍ଧିତ ଦର ଲୋକଙ୍କ ନାକେଦମ୍ କଲାଣି । ପିଆଜ/ରସୁଣଟିକେ ଖାଇବ ବୋଲି ମଣିଷ ହନ୍ତସନ୍ତ ହୋଇଗଲାଣି । ପିଆଜର ଭାଉ ସେଞ୍ଚୁରି ଟପିଥିବା ବେଳେ ରସୁଣର ଭାଉ ମଧ୍ୟ କିଛି କମ୍ ନୁହେଁ । କିଛି ଦିନ ତଳେ ପିଆଜ ଚୋରୀ ହୋଇଥିବା ଖବର ଆମେ ଆପଣଙ୍କୁ ଦେଇଥିଲୁ । କିଭଳି ଗୋଟିଏ ପିଆଜ ବୋଝେଇ ଟ୍ରକରୁ ପିଆଜ ଗାଏବ୍ ହୋଇଯାଇଥିଲା । ଠିକ୍ ସେହିଭଳି ଘଟଣା ଘଟିଛି କେମୁର୍ ଜିଲ୍ଲାର କୁଦରାରେ । ଏଠାରେ ରସୁଣ ବୋଝେଇ ଗୋଟିଏ ଗାଡିରୁ ୬୪ ବସ୍ତା ଅର୍ଥାତ୍ ୧୯୨୦ କିଲୋଗ୍ରାମ୍ ରସୁଣ ଲୁଟିନେଲେ ଚୋର । ଏନେଇ ଥାନାରେ ଏତଲା ଦିଆଯାଇଛି । ୨ ଦିନ ପୂର୍ବରୁ ଅଶୋକ କୁମାର ସିଂହ ଏକ ପିକଅପ୍ ଭ୍ୟାନରେ ଏହି ରସୁଣ ନେଇ ସାସାରାମ୍ ମଣ୍ଡୀ ନେଇ ଯାଉଥିଲେ ।
ତାଙ୍କ କହିବାନୁସାର , ଶୁକ୍ରବାର ରାତି ୧୧ ଟା ପାଖାପାଖି ସମୟରେ ପଛାଡଗଞ୍ଜ ପାଖରୁ ଏକ କାରରେ ବସି ୨ ରୁ ୩ ଜଣ ଚୋର ଆସିଥିଲେ । ସେମାନେ ଅଶୋକଙ୍କୁ ନିଜ ଗାଡିରେ ବସାଇ ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ସହରର ଗଳିକନ୍ଦି ଚାରିଆଡେ ବୁଲାଇଥିଲେ ଏବଂ ସେହି ସ୍ଥାନରେ ହିଁ ତାଙ୍କୁ ଛାଡିଥିଲେ । ଚୋରମାନେ ଅଶୋକଙ୍କ ଠାରୁ ତାଙ୍କ ମୋବାଇଲ୍ ଫୋନ୍ ସମେତ ୧୦ ହଜାର ଟଙ୍କା ଲୁଟିନେବା ସହ ୬୪ ବସ୍ତା ରସୁଣ ମଧ୍ୟ ଚୋରାଇ ନେଇଥିଲେ । ଭ୍ୟାନରେ କେବଳ ଗୋଟିଏ ରସୁଣ ବସ୍ତା ଥିଲା ଯେଉଁଥିରେ ୩୦ କିଲୋଗ୍ରାମ୍ ରସୁଣ ଥିଲା । ତେବେ ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଯାଇଛି । ବିହାରରେ ବର୍ତ୍ତମାନ ସମୟରେ ରସୁଣ କିଲୋ ୩୦୦ ରୁ ୪୦୦ ଟଙ୍କା ପ୍ରତି କିଲୋ ହିସାବରେ ରହିଛି । /kanak/media/post_attachments/wp-content/uploads/2019/12/BBVqaGw-300x183.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/2018_6image_16_35_39279747230sln1-ll.jpg)
/kanak/media/post_attachments/wp-content/uploads/2019/12/galic-300x180.jpg)