ବିହାର ପୋଲିସ୍ ସେଣ୍ଟ୍ରାଲ୍ ସିଲେକ୍ସନ୍ ବୋର୍ଡ ଅଫ୍ କନେଷ୍ଟବଳ (ସିଏସବିସି) ତରଫରୁ ୯୦୨ ଫରେଷ୍ଟ ଗାର୍ଡ ପଦ ପାଇଁ ବିଜ୍ଞପ୍ତି ବାହାରି ଯାଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ www.csbc.bih.nic.in ରେ ଯାଇ ଜାନୁଆରୀ ୩୧ ତାରିଖ ୨୦୧୯ ପୂର୍ବରୁ ଆବେଦନ କରିପାରିବେ । ଯେଉଁ ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନଙ୍କ ବୟସସୀମା ୧୮ ରୁ ୨୩ ବର୍ଷ ବୟସ ମଧ୍ୟରେ ହେବା ଦରକାର । ସେ ଯେ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରେ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ । ତେବେ ନିମ୍ନରେ ଏଥିପାଇଁ ଅଧିକ ବିବରଣୀ ଦିଆଯାଇଛି ।

Advertisment

publive-image

ପଦନାମ : ଫରେଷ୍ଟ୍ ଗାର୍ଡ

ପଦସଂଖ୍ୟା : ୯୦୨

ଶିକ୍ଷାଗତ ଯୋଗ୍ୟତା : ଯେକୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରେ ଦ୍ୱାଦଶ ପାସ୍ କରିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଶାରୀରିକ ପରୀକ୍ଷା ମାଧ୍ୟମରେ ହେବ ।

ଦରମା : ୫୨୦୦ ରୁ ୨୦,୨୦୦ ଏହାସହ ଗ୍ରେଡ୍ ରେ ୨୦୨୦ ଟଙ୍କା

ଅନ୍ତିମ ତାରିଖ : ୩୧ ଜାନୁଆରୀ ୨୦୧୯

ଏଭଳି କରନ୍ତୁ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ www.csbc.bih.nic.in ରେ ଯାଇ ଆବେଦନ କରିପାରିବେ ।