ଦେଶର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ -୧୩ ର ସମସ୍ୟା କମିବା ବଦଳରେ ଧିରେ ଧିରେ ବଢିବାକୁ ଲାଗିଛି। ନିକଟରେ ଏହି ଶୋ’ଉପରେ ରୋକ୍ ଲଗାଇବା ପାଇଁ କଥା ଉଠିଥିଲା । କିନ୍ତୁ ବର୍ତ୍ତମାନ ଏହି ମାମଲାରେ ନୂଆମୋଡ ଦେଖିବାକୁ ମିଳୁଛି । କରଣୀ ସେନା ମଧ୍ୟ ବିଗ୍ ବସ୍ ୧୩ କୁ ତୁରନ୍ତ ବନ୍ଦ କରିବାକୁ କହୁଛନ୍ତି । କରଣୀ ସେନା କହିବାନୁସାରେ , ଏହି ଶୋ’ ଭାରତୀୟ ସଂସ୍କୃତି ବିପକ୍ଷରେ ପ୍ରସାରଣ କରାଯାଉଛି । ଏହି ସବୁ ଭିତରେ ଏବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁୁ ପ୍ରସାର ଭାରତୀକୁ ବିଗବସ୍ ର ଆପତ୍ତିଜନକ ବିଷୟକୁ ନେଇ ଡିଟେଲ୍ସ ମଗାଯାଇଛି ।
ବ୍ୟାନ୍ କୁ ନେଇ ଜୋର୍ ଧରିଛି ବିବାଦ :
ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପ୍ରକାଶ ଜାବଡେକରଙ୍କୁ କରଣୀ ସେନା ପତ୍ର ଲେଖି କହିଛି ଯେ ବିଗବସ୍ ହିନ୍ଦୁ ସଂସ୍କୃତିକୁ ଜାତୀୟ ଟିଭିରେ ଅପମାନଜନକ ଭାବରେ ଦର୍ଶାଉଛି । ଏହି ଶୋ’ ଲଭ୍ ଜିହାଦ୍ କୁ ପ୍ରଦର୍ଶନ କରାଉଛି । ଯୁବପିଢୀଙ୍କୁ ପଥଚ୍ୟୁତ କରାଉଛି । ଶୋ’ ରେ ଅଭଦ୍ରତା ଦେଖାଯାଉଛି ଯାହା ପରିବାର ସହ ମିଶିି ଦେଖାଯିବ ନାହିଁ । ଏହାସହ କରଣୀ ସେନା ବିଗବସ୍ ବ୍ୟାନ୍ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ୍ ଙ୍କୁ ମଧ୍ୟ ପତ୍ର ଲେଖିଛନ୍ତି । ଆପଣଙ୍କୁ କହିରଖୁଛୁ ବୁଧବାର ଟ୍ୱିଟରରେ #BanBigBoss ଟ୍ରେଣ୍ଡ୍ କରୁଥିଲା । ଲୋକମାନେ ବିଗବସ୍ ଉପରେ ଅଶ୍ଲୀଳତା ପ୍ରଦର୍ଶନ କରୁଥିବା ଭଳି ଅଭିଯୋଗ ଲଗାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/BIGBOSS.jpg)
/kanak/media/post_attachments/wp-content/uploads/2019/10/images-1-7-300x225.jpg)
/kanak/media/post_attachments/wp-content/uploads/2019/10/images-24-300x168.jpg)