ବିଗବସ୍ -୧୨ ବିଜୟିନୀ ଦିପିକା କକ୍କର ଇବ୍ରାହିମ୍ ଶାଶୁଘରେ କାଟିଲେ କେକ୍ ! ଟୁଇଟରରେ ପୋଷ୍ଟ କଲେ ଭିଡିଓ ।

245

ଟେଲି ନାୟିକା ଦିପିକା କକ୍କର ‘ବିଗବସ୍ -୧୨’ର ବିଜୟିନୀ ହୋଇ ୩୦ ଲକ୍ଷ ଟଙ୍କା ନେଇ ନିଜ ଘରକୁ ଫେରିଛନ୍ତି । ତେବେ, ଦିପିକା ‘ବିଗବସ୍’ ହାଉସରୁ ବାହାରିବା ପରେ ସେ ନିଜ ସ୍ୱାମୀ ସୋଏବ ଇବ୍ରାହିମ୍ ଏବଂ ତାଙ୍କ ପରିବାର ଲୋକଙ୍କ ସହ ନିଜର ବିଜୟ ଖୁସି ମନାଉଛନ୍ତି। ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥିବା ଭିଡିଓରେ ଦିପିକା ୨ଟି କେକ୍ କାଟୁଥିବାର ଦେଖିବାକୁ ମିଳିଛନ୍ତି ।

ସେ ନିଜ ପରିବାର ଲୋକଙ୍କ ସହ ଖୁସି ମନାଉଥିବା ବେଳେ ସାମାନ୍ୟ ଭାବପ୍ରବଣ ବି ହୋଇ ପଡ଼ିଥିବା ନଜର ରହିଛି। ପ୍ରଶଂସକମାନେ ଭୋଟ ଦେଇ ତାଙ୍କୁ ‘ବିଗବସ୍ -୧୨’ ଜିତାଇବା ପାଇଁ ସାହାଯ୍ୟ କରିଥିବା ହେତୁ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଗବସ୍ ସମୁଦାୟ ୨୦ ଜଣ ପ୍ରତିଯୋଗୀ ଯାଇଥିଲେ। ବିଚିତ୍ର ଯୋଡ଼ି ଓ ଏକୁଟିଆ ଭାବେ ଚିହ୍ନା, ଅଚିହ୍ନା ଅନେକ ମୁହଁ ଦେଖିବାକୁ ମିଳିଥିଲା। ଶେଷକୁ କ୍ରିକେଟ୍ ତାରକା ଶ୍ରୀଶାନ୍ତ, ଦୀପକ ଓ ଦୀପିକା ରହିଥିଲେ। ଦୀପକ ଆଉ ନଖେଳି ୨୦ ଲକ୍ଷ ଟଙ୍କା ନେଇ ଘରକୁ ଫେରି ଯାଇଥିଲେ। ଶେଷରେ ଦୀପିକା ଓ ଶ୍ରୀଶନ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିଲା ଓ ବିଜୟିନୀ ହୋଇଥିଲେ ଦୀପିକା କକ୍କର।