ଅନୁଗୁଳରେ ସାମ୍ନାକୁ ଆସିଲା ବଡ ଧରଣର ବ୍ୟାଙ୍କ ଠକେଇ । ଜାଲ ଦସ୍ତଖତରେ ଜିଲ୍ଲାପାଳଙ୍କ ଆକାଉଂଟରୁ ବ୍ୟାଙ୍କ ମ୍ୟାନେଜରଙ୍କ ୬୦ ଲକ୍ଷ ଆତ୍ମସାତ

757

କନକ ବ୍ୟୁରୋ : ଅନୁଗୁଳରେ ବଡ଼ ଧରଣର ବ୍ୟାଙ୍କ ଠକେଇ । ଜିଲ୍ଲାପାଳଙ୍କ ଆକାଉଂଟରୁ ୬୦ ଲକ୍ଷ ଟଂକା ଚଳୁ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏପରି ଏକ ଘଟଣାର ଶିକାର ହୋଇଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି । ରକ୍ଷକ ସାଜିଛନ୍ତି ଭକ୍ଷକ । ଖୋଦ୍ ବ୍ୟାଙ୍କ ମ୍ୟାନେଜର ଜିଲ୍ଲାପାଳଙ୍କ ଆକାଉଂଟରୁ ଲୁଟି ନେଲେ ୬୦ ଲକ୍ଷ ଟଙ୍କା । ଏଭଳି ଏକ ବଡ ଧରଣର ବ୍ୟାଙ୍କ ଠକେଇ ଖବର ସାମ୍ନାକୁ ଆସବା ପରେ ଚାରିଶ ବିଶ୍ ବ୍ୟାଙ୍କ୍ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ । ଜିଲ୍ଲାପାଳଙ୍କ ଜାଲ ଦସ୍ତଖତରେ ଚେକ୍ ଲଗାଇ ଉଠାଯାଇଛି ସବୁ ଟଙ୍କା ।

ବ୍ୟାଙ୍କ୍ ଠକେଇ ଅଭିଯୋଗରେ ବର୍ତମାନ ଆଇଡ଼ିଏଫସି ବ୍ୟାଙ୍କ ଭୁବନେଶ୍ୱର ଶାଖାରେ କାମ କରୁଥିବା ଶକ୍ତି ବେଦାନ୍ତ ଦାସଙ୍କୁ ଅନୁଗୁଳ ପୋଲିସ ଗିରଫ କରିଛି । ଗିରଫ ବ୍ୟାଙ୍କ ମ୍ୟାନେଜରଙ୍କ ଘର ଭୁବନେଶ୍ୱରର ନାଗେଶ୍ୱର ଟାଙ୍ଗି ଅଂଚଳର ବୋଲି ଜଣାପଡ଼ିଛି । ପୂର୍ବରୁ ସେ ଅନୁଗୁଳୁ ଏଚଡ଼ିଏଫସି ବ୍ୟାଙ୍କର ଶାଖା ପରିଚାଳକ ଥିଲେ । ଏହି ବ୍ୟାଙ୍କରେ ଅନୁଗୁଳୁ ଜିଲ୍ଲାପାଳଙ୍କ ଏକ ଆକାଉଂଟ ରହିଛି । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସମ୍ପ୍ରସାରଣ ପାଇଁ ଜମିଅଧିଗ୍ରହଣ ବାବଦରେ ସରକାର ଜିଲ୍ଲାପାଳଙ୍କ ଆକାଉଂଟରେ ୨୦୧୩ ମସିହାରେ ୬୦ ଲକ୍ଷ ଟଙ୍କା ଜମା କରିଥିଲେ ।

ତେବେ ଗତ ୨୦୧୭ ଓ ୨୦୧୮ ମସିହାରେ ଚାରି ଶହ ବିସ୍ ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାସ ୮ଟି ଜାଲ ଚେକ୍ ଲଗାଇ ୬୦ ଲକ୍ଷ ଟଙ୍କା ଉଠାଇବା ପରେ ଚାକିରୀ ଛାଡ଼ିଦେଇଥିଲେ । ଏବେ ଘଟଣା ସାମ୍ନାକୁ ଆସିବା ପରେ ଅନଗୁଳ ପୋଲିସ ତାଙ୍କୁ ଗିରଫ କରିଛି ।