ଭୁବନେଶ୍ୱରରେ କାହାକୁ ବାଛିବେ ଜନତା? ଫଟୋରେ ଫଟୋରେ ଦେଖନ୍ତୁ ପ୍ରତି ନିର୍ବାଚନମଣ୍ଡଳୀର ଟିକିନିକି ତଥ୍ୟ

504

କନକ ବ୍ୟୁରୋ : ଭୁବନେଶ୍ୱରବାସୀଙ୍କ ଭରସା ଜିତିବ କିଏ । ଗତ ୨ ଦଶନ୍ଧି ଧରି ଏହା ବିଜେଡିର ଗଡ ରହିଛି । ତେବେ ଚଳିତ ଥର ଗଡ ରକ୍ଷା କରିବାର ଦାୟିତ୍ୱ ନୂଆ ସିପାହୀଙ୍କ ହାତରେ ଦେଇଛନ୍ତି ଦଳପତି ନବୀନ । ପାଟ୍ଟଶାଣୀଙ୍କ ବଦଳେରେ ଦଳ ଏଠାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ମୈଦାନକୁ ଓହ୍ଲାଇଛି । ସେହିଭଳି ବିଜେପି ଏଠାରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇବାକୁ ଅପରାଜିତାଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ଏଠାରେ ପ୍ରାର୍ଥୀ ଦେଇନଥିଲେ ମଧ୍ୟ ସିପିଏମ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ ସମର୍ଥନ କରୁଛି । ତେଣୁ ଏଠାରେ ତ୍ରିମୁଖୀ ଫାଇଟ ହେବାକୁ ଯାଉଛି ।

ତୃତୀୟ ପର୍ଯ୍ୟାୟରେ ରାଜନୀତି ମୈଦାନରେ ହେବ ଅପରାଜିତାଙ୍କ ଭାଗ୍ୟ ପରୀକ୍ଷା ।

ପଲିଟିକାଲ ମୈଦାନରେ ପ୍ରଥମଥର ପାଇଁ ଅରୂପଙ୍କର ହେବ ଭାଗ୍ୟ ପରୀକ୍ଷା । ଜାଣନ୍ତୁ ତାଙ୍କ ବିଷୟରେ କିଛି କଥା

ଜଟଣୀ ଯୁଦ୍ଧରେ ଜିତିବ କିଏ? ବିଜୟ ଚୌକା ମାରିବାକୁ ବିଜେଡିର ଜୋରଦାର ପ୍ରୟାସ, ଦେଢ ଦଶନ୍ଧି ପରେ କମବ୍ୟାକ୍ କରିବାକୁ ପୁରୁଣା ସିପାହୀଙ୍କୁ ମୈଦାନକୁ ଓହ୍ଲାଇଛି କଂଗ୍ରେସ । ଏଯାଏଁ ଏହି ଆସନରେ ଖାତା ଖୋଲି ପାରିନାହିଁ ବିଜେପି ।

ଜଟଣୀରେ କଂଗ୍ରେସର ସିପାହୀ ସାଜିଛନ୍ତି ସୁର । ଜାଣନ୍ତୁ କେମିତି ରହିଥିଲା ସୁରଙ୍କ ରାଜନୈତିକ କ୍ୟାରିୟର

ବେଗୁନିଆରେ ବଡ ଲଢେଇ? ନୂଆ ପ୍ରାର୍ଥୀଙ୍କ ସହ ମୈଦାନରେ ୩ ଦଳ, କାହାକୁ ବାଛିବେ ଭୋଟର । ପୂର୍ବ ନିର୍ବାଚନ ଗୁଡିକରେ ପ୍ରତି ଦଳକୁ ସୁଯୋଗ ଦେଇଛନ୍ତି ବେଗୁନିଆବାସୀ ।

ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ କିଏ ଜିତିବ ଭୋଟରଙ୍କ ଭରସା? ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ବିଜୟ ବାନା ଉଡାଇ ଆସୁଛି ବିଜେଡି । ବିଜୟ ଧ୍ୱଜା ଉଡାଇବାକୁ କଂଗ୍ରେସ ଓ ବିଜେପିର ଜୋରଦାର ଉଦ୍ୟମ ।

ଭୁବନେଶ୍ୱର ମଧ୍ୟରୁ ପ୍ରଥମ ଥର ପାଇଁ ମୈଦାନରେ ଅନନ୍ତ । ଗଡ ରକ୍ଷା କରିବା ସବୁୁଠୁ ବଡ ଚ୍ୟାଲେଞ୍ଜ

ଭୁବନେଶ୍ୱର ଏକାମ୍ରରେ ହେବ ବିଗ୍ ଫାଇଟ୍ । ଲଗାତାର ୨ ଥର ଭୋଟରଙ୍କ ମନ ଜିଣିଛନ୍ତି ଅଶୋକ । ହ୍ୟାଟ୍ରିିକ ବିଜୟ ଲକ୍ଷ୍ୟରେ ପୁଣିଥରେ ଅଶୋକଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି । ପ୍ରଥମ ବିଜୟ ପାଇଁ ବିଜେପି ଓ କଂଗ୍ରେସର ନୂଆ ଷ୍ଟ୍ରାଟେଜି ।

ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ନିର୍ବାଚନ ବ୍ୟାଟଲଗ୍ରାଉଣ୍ଡରେ ଅଶୋକ । ଫଟୋରେ ଦେଖନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରର କିଛି ଝଲକ

ଭୁବନେଶ୍ୱର ଉତ୍ତରରେ କିଏ ପିନ୍ଧିବ ସୁନାମୁକୁଟ? ବିଜେଡିର ଗଡ ରହିଛି ଏହି ଆସନ, ସବୁଜଗଡକୁ ଭେଦ କରିବାକୁ ବିଜେପି-କଂଗ୍ରେସର ଜୋରଦାର ପ୍ରୟାସ ।

ଭୁବନେଶ୍ୱର ଉତ୍ତରରୁ ବିଜେପିର ସିପାହୀ ଅପରାଜିତା । ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରର କିଛି କଥା

ଖୋର୍ଦ୍ଧା ଗଡରେ କିଏ ମାରିବ ବାଜି? ପୁଣିଥରେ ବିଜୟ ବାନା ଉଡାଇବାକୁ ଜିତୁଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି, ନୂଆ ମୁହଁ ସହ ବ୍ୟାଟଲଗ୍ରାଉଣ୍ଡରେ କଂଗ୍ରେସ-ବିଜେପି ।