ଭଦ୍ରକବାସୀଙ୍କ ଭରସା ଜିତିବ କିଏ? ନୂଆ ପ୍ରାର୍ଥୀଙ୍କୁ ଧରି ମୈଦାନକୁ ଓହ୍ଲାଇଛନ୍ତି ୩ ଦଳ, କାହା ନାଁରେ ମତଦାତା ମାରିବେ ମୋହର?

418

କନକ ବ୍ୟୁରୋ : ଭଦ୍ରକବାସୀଙ୍କ ଭରସା ଜିତିବ କିଏ? ଗତ ୨ ଦଶନ୍ଧି ଧରି ବିଜେଡିର ଗଡ ରହି ଆସିଥିବା ଭଦ୍ରକ ଆସନରେ ନୂଆ ସିପାହୀଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ବିଜେଡି ଗଠନ ପରଠାରୁ ଲଗାତାର ୫ ଥର ବିଜୟଟୀକା ପିନ୍ଧିଥିବା ବେଳେ ବିଜେପି ଏଯାଏଁ ବିଜୟର ସ୍ୱାଦ ଚାଖିପାରିନାହିଁ । ନିଜର ପୁରୁଣା ଗଡକୁ କମବ୍ୟାକ୍ କରିବାକୁ ଏବେ ଜି ଜାନ ଲଗାଇଦେଇଛି କଂଗ୍ରେସ ।

ବାସୁଦେବପୁରରେ ହେବ ବଡ ଲଢେଇ । ୨ ଦଶନ୍ଧି ଧରି ବିଜେଡିର ଗଡ ରହି ଆସିଛି ବାସୁଦେବପୁର, ଚଳିତ ଥର ଏହି ଗଡ ସମ୍ଭାଳିବାକୁ ବାପାଙ୍କ ବଦଳରେ ମୈଦାନରେ ପୁଅ । ବିଜୟର ସ୍ୱାଦ ପାଇଁ କଂଗ୍ରେସ-ବିଜେପିର କସରତ ।

ଭଦ୍ରକବାସୀ କାହାକୁ ବାଛିବେ ନିଜର ଭବିଷ୍ୟତ ନେତା ।? ଗତ ୪ଟି ନିର୍ବାଚନରେ ଉଭୟ ବିଜେଡି-କଂଗ୍ରେସ ୨ ଥର ଲେଖାଏଁ ମାରିଛନ୍ତି ବାଜି । ଏଯାଏଁ ଖାତା ଖୋଲିପାରିନାହିଁ ବିଜେପି ।

ଭଣ୍ଡାରୀପୋଖରୀରେ କାହାର ଖୋଲିବ ଭାଗ୍ୟ । ନିର୍ବାଚନ କୁରୁକ୍ଷେତ୍ରରେ ବିଜୟ ଧ୍ୱଜା ଉଡାଇବାକୁ ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ । କଂଗ୍ରେସ-ବିଜେଡି ବିଜୟର ସ୍ୱାଦ ଚାଖିଥିବା ବେଳେ ଏଯାଏଁ ଖାତା ଖୋଲିପାରିନାହିଁ ବିଜେପି ।

ଭଣ୍ଡାରୀପୋଖରୀରେ ଦଳର ଯୋଦ୍ଧା ସାଜିଛନ୍ତି ଖୋଦ୍ ପିସିସି ମୁଖିଆ । ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରର କିଛି କଥା

ଭଣ୍ଡାରିପୋଖରୀରୁ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବ୍ୟାଟଲଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ପ୍ରଫୁଲ । ଜାଣନ୍ତୁ କେମିତି ରହିଛି ତାଙ୍କ ରାଜନୈତିକ କ୍ୟାରିୟର

ଚାନ୍ଦବାଲିରେ କାହାର ଚମକିବ ଭାଗ୍ୟ? ଗତ ନିର୍ବାଚନ ଗୁଡିକରେ ପ୍ରତି ଦଳକୁ ସୁଯୋଗ ଦେଇଛନ୍ତି ଚାନ୍ଦବାଲିବାସୀ, ଏଥର କାହା ନାଁରେ ମୋହର ମାରିବେ ଭୋଟର ।

ଧାମନଗରରେ ଧ୍ୱଜା ଉଡାଇବ କିଏ? ତୃତୀୟ ବିଜୟ ଲକ୍ଷ୍ୟରେ ବିଜେଡି, ଗଡକୁ ଫେରିବାକୁ ଉଦ୍ୟମ କରୁଛନ୍ତି ବିଜେପି-କଂଗ୍ରେସ । କାହାକୁ ବାଛିବେ ଜନତା ।

ସିମୁଳିଆ ସିଂହାସନରେ ବସିବ କିଏ? ହ୍ୟାଟ୍ରିକ ବିଜୟ ପାଇଁ ବିଜେଡିର କସରତ, ଗଡକୁ ଫେରିବାକୁ କଂଗ୍ରେସ କଷୁଛି ଅଙ୍କ । ବିଜେପିକୁ ବିଜୟ ଦେବେ କି ନୂଆ ସିପାହୀ ।

କିଏ ହେବ ସୋରର ଶେହନସା? କଂଗ୍ରେସ ଗଡରେ ୨୦୧୪ରେ ବିଜୟୀ ବାନା ଉଡାଇଥିଲା ବିଜେଡି । ଏଯାଏଁ ଏଠାରେ ଖାତା ଖୋଲିନାହିଁ ବିଜେପି । ଗତ ନିର୍ବାଚନ ଗୁଡିକରେ ଲଗାତାର ବିଜୟଟୀକା ପିନ୍ଧି ଆସୁଛି କଂଗ୍ରେସ ।