ବାଲେଶ୍ୱରରେ ବିଜୟ ଧ୍ୱଜା ଉଡାଇବ କିଏ? ଫଟୋରେ ଫଟୋରେ ଦେଖନ୍ତୁ ବାଲେଶ୍ୱର ଲୋକସଭା ଓ ୭ ବିଧାନସଭାର ଟିକିନିକି ତଥ୍ୟ, ଆପଣଙ୍କ ମତରେ କିଏ ପିନ୍ଧିବ ବିଜୟଟୀକା

561

କନକ ବ୍ୟୁରୋ : ବାଲେଶ୍ୱରରେ କିଏ ଉଡାଇବ ବିଜୟ ବାନା । ପୂର୍ବରୁ ପ୍ରତି ଦଳକୁ ବାଲେଶ୍ୱରବାସୀ ସୁଯୋଗ ଦେଇଥିବା ବେଳେ ଏଥର ଭୋଟର କାହାକୁ ନିଜର ଭବିଷ୍ୟତର ନେତା ଭାବେ ବାଛିବେ ତାହା ସସପେନ୍ସ ଘେରରେ ରହିଛି । ବିଜେଡି ୨୦୧୪ରେ ପ୍ରଥମ ଥର ଏହି ଆସନରୁ ବାଜି ମାରିଥିବା ବେଳେ ବିଜେପି ଶେଷ ଥର ପାଇଁ ୨୦୦୪ରେ ବିଜୟ ବାନା ଉଡାଇଥିଲା । ତେବେ କଂଗ୍ରେସ ଏଠାରେ ସର୍ବାଧିକ ଥର ବିଜୟ ହାସଲ କରିଥିଲେ ମଧ୍ୟ ଗତ ୫ଟି ନିର୍ବାଚନରୁ କେବଳ ୨୦୦୯ ନିର୍ବାଚନରେ ଏଠାରେ ବିଜୟୀ ଟୀକା ପିନ୍ଧିଥିଲା ।

ବାଲେଶ୍ୱର ପାଇଁ ବିଜେପିର ଯୋଦ୍ଧା ସାଜିଛନ୍ତି ପ୍ରତାପ । ଜାଣନ୍ତୁ ତାଙ୍କ ରାଜନୈତିକ କ୍ୟାରିୟରର କିଛି କଥା

ଦିଲ୍ଲୀ ଲଢେଇ ପାଇଁ ବାଲେଶ୍ୱରରେ ବିଜେଡିର ଯୋଦ୍ଧା ସାଜିଛନ୍ତି ରବୀନ୍ଦ୍ର । ନଜର ପକାନ୍ତୁ କେମିତି ରହିଛି ରବୀନ୍ଦ୍ରଙ୍କ ରାଜନୈତିକ କ୍ୟାରିୟର

ବଡସାହିରେ ବାଜି ମାରିବ କିଏ? ନୂଆ ମୁହଁ ସହ ମୈଦାନରେ ୩ ପ୍ରାର୍ଥୀ । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି, ଖାତା ଖୋଲିବାକୁ କଂଗ୍ରେସ ଓ ବିଜେପିର ନୂଆ ଷ୍ଟ୍ରାଟେଜି ।

ବାଲେଶ୍ୱରରେ ବଡ ଲଢେଇ । ରାଜନୀତିର ପୁରୁଣା ଚେହେରାଙ୍କୁ ଧରି ନୂଆ ଲଢେଇ ଲଢୁଛନ୍ତି ତିନି ଦଳ । ତୃତୀୟ ବିଜୟ ଲକ୍ଷ୍ୟରେ ବିଜେଡି, ଗଡକୁ ଫେରିବାକୁ କଂଗ୍ରେସ ଓ ବିଜେପିର କସରତ

ବସ୍ତା ବାଜି ଜିତିବ କିଏ? ଗତ ୪ଟି ନିର୍ବାଚନରେ ବିଜୟ ଚୌକା ମାରି ଆସୁଛି ବିଜେଡି । ଏଯାଏଁ ବିଜୟର ସ୍ୱାଦ ଚାଖିପାରିନି ବିଜେପି । ୨୯ ବର୍ଷ ପରେ କଂଗ୍ରେସ ଫେରିବାକୁ କରୁଛି ପ୍ରୟାସ

ଜଳେଶ୍ୱରରେ ହେବ ଜବରଦସ୍ତ ଫାଇଟ୍ । ବିଜେଡିର ପୁରୁଣା ସିପାହୀଙ୍କୁ ମାତ୍ ଦେବାକୁ ନୂଆ ମୁହଁଙ୍କୁ ମୈଦାନକୁ ଓହ୍ଲାଇଛନ୍ତି ବିଜେପି-କଂଗ୍ରେସ । ପୂର୍ବ ନିର୍ବାଚନ ଗୁଡିକରେ ପ୍ରତି ଦଳକୁ ସୁଯୋଗ ଦେଇ ଆସିଛନ୍ତି ଜଳେଶ୍ୱରବାସୀ ।

ଭୋଗରାଇର ଭବିଷ୍ୟତ କିଏ? ଦଳ ଗଠନ ପରଠାରୁ ଲଗାତାର ଜିତି ଆସୁଛି ବିଜେଡି । ଗତ ନିର୍ବାଚନ ଗୁଡିକରେ ବିଜେପିର ସାଥ୍ ଦେଇନାହିଁ ଭାଗ୍ୟ । କଂଗ୍ରେସ ପୁଣିଥରେ ନିଜ ଗଡକୁ ଫେରିବାକୁ କରୁଛି ଉଦ୍ୟମ ।

ନୀଳଗିରିରେ କିଏ ନେବ ନେତୃତ୍ୱ? ପ୍ରତି ଥର ବଦଳୁଛି ଭୋଟରଙ୍କ ମୁଡ, ଏଥର କାହାକୁ ନେତା ବାଛିବେ ଜନତା ।

ରେମୁଣା ସିଂହାସନରେ ବସିବ କିଏ? ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ଉଭୟ ବିଜେଡି ଓ ବିଜେପି ଥରେ ଲେଖାଏଁ ଉଡାଇଛନ୍ତି ବିଜୟ ବାନା, ଏଯାଏଁ ଖାତା ଖୋଲିପାରିନାହିଁ କଂଗ୍ରେସ ।