ଧନୀ ସ୍କୁଲରେ ମିଳୁନି ଗରିବ ପିଲାଙ୍କୁ ପଢିବାର ସୁଯୋଗ

40

ଧନୀ ସ୍କୁଲରେ ମିଳୁନି ଗରିବ ପିଲାଙ୍କୁ ସୁଯୋଗ । ଆଇନ ତା ବାଟରେ ଅଛି ଏବଂ ସ୍କୁଲ ଗୁଡିକ ନିଜ ବାଟରେ । ପ୍ରଶ୍ନ ଉଠିଛି, ରାଜଧାନୀର ବଡ ବଡ ଇଂରାଜୀ ମିଡିୟମ ସ୍କୁଲ ଗୁଡିକ ଉପରେ । ସରକାରଙ୍କଠାରୁ ମାଗଣା କିମ୍ବା ଅତି ଶସ୍ତାରେ ଜମି ନେଇଥିବା ଏହି ସ୍କୁଲ ଗୁଡିକ କିନ୍ତୁ ସରକାରଙ୍କ ନିୟମକୁ ଖାତିର କରୁନାହାଁନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ରାଜ୍ୟ ସରକାର ସାଇ ଇଂଟରନେସନାଲ୍, କିଟ୍ ଇଂଟରନେସନାଲ୍ ଓ ଡିଏଭି ସ୍କୁଲ ପରି ୧୪ ଟି ବଡ ବଡ ସ୍କୁଲକୁ ନୋଟିସ ଦେଇଛନ୍ତି । ସେମାନେ କେତେ ଜଣ ଗରିବ ପିଲାଙ୍କୁ ପଢିବାକୁ ସୁଯୋଗ ଦେଇଛନ୍ତି, ତାର ହିସାବ ସରକାର ମାଗିଛନ୍ତି । ପ୍ରକୃତରେ ଛାତ୍ରଛାତ୍ରୀ ମାନେ ଆସୁନାହାଁନ୍ତି, ନା ସେ ସିଟ୍ ଗୁଡାକ ଅଧିକ ଲାଭ ପାଇଁ ଦେଇଦିଆଯାଉଛି ଅନ୍ୟମାନଙ୍କୁ । କାରଣ ଏଇ ଯେଉଁ ଇଂଲିଶ ମିଡିୟମ ସ୍କୁଲ ଗୁଡିକର କଥା କୁହାଯାଉଛି ସେହି ସ୍କୁଲ ଗୁଡିକରେ ଆଡମିଶନ ପାଇଁ ସମସ୍ତେ ଚାହିଁ ରହିଥାନ୍ତି । ତେଣୁ ସ୍ୱାଭାବିକ ଭାବରେ ଏଇ ପ୍ରଶ୍ନ ଉଠୁଛି ଏଇ ସିଟ୍ ଯୋଉମାନଙ୍କର ପାଇବାର ହକ୍ ଯୋଉମାନଙ୍କର ପାଇବାର ଅଧିକାର ସେମାନଙ୍କୁ ନ ଦିଆଯାଇ ତାଙ୍କ ହକ୍ କୁ ମାରିଦିଆଯାଉଛି , ଏବଂ ଆଉ କାହାକୁ ଦିଆଯାଉଛି କି? ଆର୍ଥିକ ଅନଗ୍ରସର ଏବଂ ଦୁର୍ବଳଶ୍ରେଣୀର ଛାତ୍ରଛାତ୍ରୀ ମାନେ ନିଜ ଇଚ୍ଚା ଥାଇ ମଧ୍ୟ ତଥାକଥିତ ଇଂରାଜୀ ମିଡିୟମ ସ୍କୁଲରେ ପଢିପାରୁ ନାହାଁନ୍ତି । ଏ ସମସ୍ତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍