ସୁପରଷ୍ଟାର ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡିଛନ୍ତି । ସେ ଅସୁସ୍ଥ ଅନୁଭବ କରୁଥିବା ନିଜ ବ୍ଲଗରେ ଲେଖିଛନ୍ତି । ଆଜି ପ୍ରାୟ ସକାଳ ୫ଟାରେ ସେ ବ୍ଲଗରେ ଏ କଥା ଲେଖିଥିଲେ ଓ ଡାକ୍ତରୀ ଟିମ ଯେଧପୁର ଆସୁଥିବା କହିଥିଲେ । ଫିଲ୍ମର ଏକ ଯୁଦ୍ଧ ଦୃଶ୍ୟରେ ଓଜନିଆ କଷ୍ଟ୍ୟୁମ ପିନ୍ଧିଥିବାରୁ ସେ କ୍ଲାନ୍ତ ଅନୁଭବ କରୁଥିବା ଲେଖିଥିଲେ ବିଗ ବି । ଏହି ଖବର ପରେ ଏକ ସ୍ୱତନ୍ତ୍ର ବିମାନରେ ତାଙ୍କୁ ମୁମ୍ବାଇ ଅଣାଯାଉଛି ।
ଫିଲ୍ମ ଠଗସ ଅଫ ହିନ୍ଦୋସ୍ଥାନର ସୁଟିଂ ପାଇଁ କିଛି ଦିନ ହେଲା ଅମିତାଭ ରାଜସ୍ଥାନର ଯୋଧପୁରରେ ଅଛନ୍ତି । କିଛି ଦିନ ତଳେ ସେ ସୁଟିଂ ପାଇଁ ଯୋଧପୁର ଯାଇଥିଲେ ଓ ସେହି ସମୟରୁ ହିଁ ସେ ସାମାନ୍ୟ ଅସୁସ୍ଥ ଥିବା କୁହାଯାଉଥିଲା । ଫଳରେ ସୁଟିଂ ଛଡା ଅନ୍ୟ ସମୟରେ ସେ ପ୍ରାୟ ବିଶ୍ରାମ ନେଉଥିଲେ । ପ୍ରଥମ ଦିନରୁ ହିଁ ସେ ତାଙ୍କ କୁକକୁ ନେଇ ଯୋଧପୁର ଆସିଥିଲେ । ଗତ ସପ୍ତାହରେ ମୁମ୍ବାଇର କୋକିଳାବେନ ହସପିଟାଲରେ ଅମିତାଭ ବଚ୍ଚନକୁ ଭର୍ତ୍ତି କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/446939-amitabh.jpg)
/kanak/media/post_attachments/wp-content/uploads/2018/03/amitabh-bachchan_031318115807-300x207.jpg)