କନକ ବ୍ୟୁରୋ: କରୋନା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସଂକ୍ରମଣ ଠାରୁ ଦୂରେଇ ରହିବା ସଂଗରୋଧ କରିବା ପାଇଁ ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ଆହ୍ୱାନା । ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ଲକ୍ ଡାଉନ ବା ତାଲା ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର ତେବେ ୨୨ ମାର୍ଚ୍ଚ ରବିବାର ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ଘରେ ରହିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଖୋର୍ଦ୍ଧା, ଗଂଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାକୁ ଲକ ଡାଉନ କରାଯିବ । ଏହାସହ ୮ ସହରରେ ଲକ୍ ଡାଉନ୍ କରାଯିବ । ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଓ ଯାଜପୁର ଟାଉନରେ ଲୋକେ ୨୨ ମାର୍ଚ୍ଚ ରବିବାର ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ଘରେ ରହିବା ପାଇଁ କୁହାଯାଇଛି । ତେବେ ରାଜ୍ୟରେ ତାଲା ବନ୍ଦ । ସମୟରେ କଣ ସବୁ କଟକଣା ଜାରି କରାଯାଇଛି? ଲକ୍ ଡାଉନ ସମୟରେ କଣ ଖୋଲା ରହିବ ? ଏବଂ କେଉଁ ସବୁ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି । ସେ ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବେ ଆଲୋଚନା କରିଛୁ ।

Advertisment

ତାଲାବନ୍ଦ ବେଳେ କଟକଣା

• ୨୨ ମାର୍ଚ୍ଚରୁ ୨୯ ମାର୍ଚ୍ଚ ଯାଏଁ କଟକଣା ବାବଦରେ ବିଜ୍ଞପ୍ତି

• ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଲାଗିଲା କଟକଣା

• ରାସ୍ତାରେ ଗଡ଼ିପାରିବ ନାହିଁ ଟାକ୍ସି, ଅଟୋରିକ୍ସା

• ହସ୍ପିଟାଲ, ବିମାନବନ୍ଦର, ରେଲୱେ ଷ୍ଟେସନରୁ ଆସୁଥିବା ଗାଡ଼ି ବାଦ ପଡ଼ିବ

• ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍, ଫ୍ୟାକ୍ଟ୍ରି ବନ୍ଦ ରହିବ

• ୫ ଜିଲ୍ଲା, ୮ ସହରରେ ପେନସନ ଓ ପିଡିଏସ୍ ବଣ୍ଟନ ବନ୍ଦ

• ବିଦେଶରୁ ଆସୁଥିବା ଲୋକ ଘରେ ରହିବା ବାଧ୍ୟତାମୂଳକ

• କେବଳ ମୌଳିକ ଆବଶ୍ୟକତା ପାଇଁ ଘରୁ ବାହାରିବାକୁ ନିର୍ଦ୍ଦେଶ

• ଘରୁ ବାହାରିଲା ବେଳେ ସାମାଜିକ ଦୂରତ୍ୱକୁ ନିଶ୍ଚିତ କରିବେ

ତାଲାବନ୍ଦ ବେଳେ କ’ଣ ଖୋଲା ରହିବ ?

• କଲେକ୍ଟର, ସବ୍-କଲେକ୍ଟର, ତହସିଲ, ବ୍ଲକ ଅଫିସ୍ ଖୋଲା ରହିବ

• ଥାନା, ସ୍ୱାସ୍ଥ୍ୟ ସେବା, ପୌର ସଂସ୍ଥା, ଅଗ୍ନିଶମ ବିଭାଗ ଖୋଲା ରହିବ

• ରେଳ, ବିମାନ ସେବା ବଳବତ୍ତର ରହିବ

• ସହର ସହର ମଧ୍ୟରେ ବସ୍ ସେବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ

• ବିଜୁଳି, ପାଣି, ବ୍ୟାଙ୍କ, ଏଟିଏମ୍, ପୌରସେବା ଜାରି ରହିବ

• ଖବରକାଗଜ, ଟେଲିଭିଜନ ସଂସ୍ଥା କାର୍ଯ୍ୟ ଜାରି ରଖିବେ

• ମୋବାଇଲ ଓ ଇଣ୍ଟରନେଟ୍ ସେବା, ଡାକ ସେବା ଜାରି ରହିବ

• ଅତ୍ୟାବଶ୍ୟକ ସାମଗ୍ରୀର ଅନଲାଇନ ସେବା ଜାରି ରହିବ

• ଖାଦ୍ୟ, ଔଷଧ, ଚିକିତ୍ସା ଉପକରଣ ସେବା ଉପଲବ୍ଧ ରହିବ

• ଖାଦ୍ୟ, ସଉଦା, କ୍ଷୀର, ପାଉଁରୁଟି, ପରିବା ପରିବହନ ବନ୍ଦ ହେବନି

• ମାଂସ, ମାଛ ପରିବହନ ସହ ସମ୍ପନ୍ଧୀୟ କାର୍ଯ୍ୟ ଜାରି ରହିବ

• ହସ୍ପିଟାଲ, ଔଷଧ ଦୋକାନ, ଚଷମା ଦୋକାନ ଖୋଲା ରହିବ

• ଏସବୁର ପରିବହନ ଓ ସମ୍ବନ୍ଧୀୟ କାର୍ଯ୍ୟ ଜାରି ରହିବ

• ପେଟ୍ରୋଲ ପମ୍ପ, ଗ୍ୟାସ୍ ଏଜେନ୍ସି, ଏହାର ଗୋଦାମ ଖୋଲା ରହିବ

• ଏସବୁର ପରିବହନ ଓ ସମ୍ବନ୍ଧୀୟ କାର୍ଯ୍ୟ ଜାରି ରହିବ

• ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ ଜାରି ରହିବ

୭ରୁ ଅଧିକ ଏକାଠି ହେବା ମନା

• ସବର୍ସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହେବେ ନାହିଁ

• କରୋନା ମୁକାବିଲାରେ ସହଯୋଗ କରୁଥିବା ଘରୋଇ ଅନୁଷ୍ଠାନ ଖୋଲା

• କୌଣସି ଦ୍ୱନ୍ଦ୍ୱ ହେଲେ ଜିଲ୍ଲାପାଳ, ପୌର ଅଧିକାରୀ ନିଷ୍ପତ୍ତି ନେବେ

• ପୁଲିସ୍ କମିଶନର ଓ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବେ

• ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ

• IPC ୧୮୮ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ

• IPC ୧୮୮ ଧାରାରେ ଜେଲ୍ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି