ଭୁବନେଶ୍ୱରରେ ୩୧ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା ,୨୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି

36

ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀଙ୍କୁ ନିସ୍ତାର ନାହିଁ । ଆଜି ମଧ୍ୟ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରକୋପ । ରାଜଧାନୀରେ ରେକର୍ଡ ଭାଙ୍ଗିଲା ତାତି । ସର୍ବକାଳୀନ ରେକର୍ଡ ଭାଙ୍ଗି ପାରଦ ଡେଇଁଲା ୪୫ ଡିଗ୍ରୀ । ଆଜି ଦିନ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୫ ଦଶମିକ ୭ ଡିଗ୍ରୀ ସେଲସିୟସ୍ ରହିଛି । ଯାହା ସର୍ବକାଳୀନ ରେକର୍ଡ ବୋଲି କହିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ୧୯୮୫ ଏପ୍ରିଲ ୨୩ ତାରିଖରେ ସର୍ବଧିକ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଯାହାକୁ ଆଜିର ତାତି ଭାଙ୍ଗିଛି । ଏଭଳି ୪ରୁ ୫ ଦିନ ଯାଏଁ ତାତି ଲାଗି ରହିବ । କ୍ରମାଗତ ଭାବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହୁଥିବା  ଯୋଗୁଁ ଜନଜୀବନ ପ୍ରଭାବିତ ହେଉଛି । ଦିନ ୧୦ଟାରୁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ରାଜଧାନୀ ରାଜରାସ୍ତାରେ ମରୀଚିକା ସୃଷ୍ଟି ହୋଇଛି । ସେହିପରି କାଳ ବୈଶାଖୀ କିମ୍ବା ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ଗ୍ରୀ୍ଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦ ତାରିଖ ଯାଏଁ ସମସ୍ତ ସ୍କୁଲ କୁ ଛୁଟି ଘୋଷଣା କରିଛନ୍ତି । ପରୀକ୍ଷାଥିଲେ ସ୍କୁଲ କର୍ତୁପକ୍ଷ ବିକ୍ଳପ ବ୍ୟବସ୍ଥା ଗ୍ରହଣ କରିବେ , ସକାଳେ କି୍ମ୍ବା ସନ୍ଧ୍ୟାରେ କରାଯିବ ପରୀକ୍ଷା । ପର୍ସ୍ଥିତି କୁ ଦେଖି ୨୦ ତାରିଖ ପରେ ପରବର୍ତୀ ନିଷ୍ପତି ନେବା ପାଇଁ  ରାଜ୍ୟ ସରକାର ଘୋଷଣା କରିଛନ୍ତି ।