କନକ ବ୍ୟୁରୋ: ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସରଗରମ ହୋଇଛି ପ୍ରଚାର । ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘର ଘର ବୁଲି ପ୍ରଚାର କରୁଛନ୍ତି । ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ୍, ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତି ଓ କଂଗ୍ରେସ ପ୍ରାର୍ଥୀ ଇତିଶ୍ ପ୍ରଧାନ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ନବୀନ ବ୍ରାଣ୍ଡ ଓ ଜନକଲ୍ୟାଣକାରୀ ଯୋଜନାକୁ ପାଥେୟ କରି ନିର୍ବାଚନ ଲଢ଼ୁଛନ୍ତି ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ୍ । ସେହିପରି ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତି ମୋଦି ଲହର, ଶାସକ ଦଳର ବିଫଳତାକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶା ରଖିଛନ୍ତି ।
ତେବେ ୨୦୦୯ରେ ନୂଆ କରି ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ଗଠନ ହୋଇଛି। ଏହାପର ଠାରୁ ବିଜେଡି କବଜାରେ ଏହି ନିର୍ବାଚନ ମଣ୍ଡଳୀ ରହିଛି। ଏଠାରେ ଗତ ଦୁଇଟି ନିର୍ବାଚନରେ ବିଜେଡି ପ୍ରାର୍ଥୀମାନେ ଏକତରଫା ବିଜୟ ହାସଲ କରିଥିବାବେଳେ ଚଳିତ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ହୋଇଛନ୍ତି ସୁଶାନ୍ତ ରାଉତ। ସୁଶାନ୍ତ ମଧ୍ୟ ଏହି ଧାରା ବଜାୟ ରଖିବା ଉଦ୍ଦେଶ୍ୟରେ ଜୋରଦାର୍ ପ୍ରଚାର ଚଳାଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ବିଶେଷତ୍ବ ହେଲା ଏଠାରେ ଗତ ଦୁଇଟି ନିର୍ବାଚନ ଏବଂ ଏଥରକୁ ମିଶାଇ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ବଦଳାଇଛନ୍ତି। ତିନି ଥର ନୂଆ ନୂଆ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। କିନ୍ତୁ ବିଜେଡିର ଗଡ଼ ପାଲଟିଥିବା ଏହି ନିର୍ବାଚନ ମଣ୍ଡଳୀରେ ପ୍ରତିଥର ବିରୋଧୀ ଚିତପଟାଙ୍ଗ ମାରିଛନ୍ତି। ଭୁବନେଶ୍ବର ଉତ୍ତରରେ ବିଜେଡିର ସଫଳତାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇଛନ୍ତି ସୁଶାନ୍ତ ରାଉତ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/BBSR.jpg)
/kanak/media/post_attachments/wp-content/uploads/2019/04/vlcsnap-2019-04-21-08h31m18s129-300x220.png)