#ଡ଼ାହା ମିଛ । ରାଜଧାନୀରେ ଜୀବନ ଖୋଜୁଛି ରିଲାଏନ୍ସ ଜିଓ, ବେପାର ମାରିଦେଲା ନବୀନଙ୍କ ମାଗଣା ୱାଇଫାଇ । 

#ଡ଼ାହା ମିଛ । ରାଜଧାନୀର ଛାତି ଉପରେ ଏବେ ନବୀନଙ୍କ ୱାଇ-ଫାଇ କରୁଛି ରାଜ୍, ଜିଓକୁ ପର କରିଦେଲେ ରାଜଧାନୀବାସି ।

1,315

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।)

ସକାଳୁ ସକାଳୁ ଗୋଟେ କାମରେ  ଭୁବନେଶ୍ୱର ବାହାରିଲି। ବାଣୀବିହାର ଛକ ଦେଇ ଆଚାର୍ଯ୍ୟବିହାର ହେଇ ରାଜଭବନ ଆଡେ ଯାଉଛି । ହଠାତ ଦେଖିଲି ୨୦ରୁ ୩୦ ଜଣ ଲୋକ ମେଳି ବାନ୍ଧି ଛିଡା ହୋଇଛନ୍ତି । ଭାବିଲି କାହାର କ’ଣ ହେଇଗଲା ବୋଧେ ଗାଡିରୁ ଓହ୍ଲାଇ ଟିକେ ପାଖକୁ ଗଲାପରେ ଦେଖିଲି ଲୋକଙ୍କ ହାତରେ ଥିଲା ମୋବାଇଲ ଆଉ ନିଜେ ନିଜ ମୋବାଇଲକୁ ଯେମିତି ପିଇ ଯାଉଥିଲେ ସବୁ। ଚୁପ ଚାପ ସେଠୁ ପଳେଇ ଆସିଲି ଆଉ ଚାଲିଲି ଆଚାର୍ଯ୍ୟବିହାର ଅଭିମୁଖେ ସେଠି ବି ସମାନ ଅବସ୍ଥା । ହେ ଭଗବାନ କି ମୋବାଇଲ କିମିଆ କଲା ଯେ ଘର ଛାଡି ରାସ୍ତା ଘାଟ ଯୋଉଠି ମିଳିଲା ଖାଲି ମୋବାଇଲରେ ଜୋକ ପରି ଲାଗିପଡୁଛନ୍ତି । ହେଲେ ମନରେ ପ୍ରଶ୍ନ ଉଠିଲା ଅମ୍ବାନୀ ବାବୁ ମାଗଣା ଜିଓ ଡାଟା ଦେଇଛନ୍ତି ତ ଲୋକମାନେ କହିଁକି ଘର ଛାଡ଼ି ଛକ ଛକ ମେଳି କରୁଛନ୍ତି !

ସେଠାରେ ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଜଣେ ଲୋକଙ୍କୁ ପଚାରିଲି ଆଜ୍ଞା କ’ଣ ହେଇଛି ଯେ ଲୋକମାନେ କାହିଁକି ସ୍ମାର୍ଟ ସିଟିର ପ୍ରତି ଛକରେ ରୁଣ୍ଡ ହୋଇ ମୋବାଇଲ ଦେଖୁଛନ୍ତି । କିଛି ଅଫର ଆସିବ ନା ମୋଦି ସରକାର ଆଜି ୧୫ ଲକ୍ଷ ଟଙ୍କା ଅକାଉଣ୍ଟକୁ ପଠେଇଦେଲେ କି ? ଭଦ୍ର ବ୍ୟକ୍ତି ଜଣଙ୍କ କହିଲେ ନାହିଁ ଆଜ୍ଞା ସବୁ ଆମ ନବୀନ ବାବୁଙ୍କ କୃପା । ମୁଁ କହିଲି କିଛି ବୁଝିପାରିଲିନି ? ସେ ବୁଝାଇ କହିଲେ ଯେ ଆମ ଆଦର୍ଶ ମୁଖ୍ୟମନ୍ତ୍ରୀ ଏବେ ଭୁବନେଶ୍ୱରକୁ ୱାଇ-ଫାଇ ସହରରେ ପରିଣତ କରିଲେଣି । ସେଥିପାଇଁ ଆଜି ଏଭଳି ଦୃଶ୍ୟ ଛକ-ଛକରେ ଦେଖିବାକୁ ମିଳୁଛି ।

Wifiଭୁବନେଶ୍ୱରର ୧୦୦ଟି ହଟସ୍ପଟ କରାଯାଇଛି । ଏହା ପରିବର୍ତ୍ତେ ଆହୁରି ୪୦୦ଟି ହଟସ୍ପଟ କରି ରାଜଧାନୀକୁ ପୁରା ୱାଇ-ଫାଇ ଜୋନ କରିଦେବେ ବୋଲି କହୁଛନ୍ତି ନବୀନ ବାବୁ । ଆଉ ସବୁଠାରୁ ବଡ଼କଥା ହେଲା ଯେ ଜିଓ ଠାରୁ ଅଧିକ ସ୍ପିଡ଼ରେ କୁଆଡ଼େ ନବୀନ ବାବୁଙ୍କ ଇଣ୍ଟରନେଟସେବା କାମ କରୁଛି । ତେଣୁ ସ୍ମାର୍ଟ ସିଟିରେ ଯେଉଁଠି ଟିକେ ଜାଗା ମିଳିଲା ବାସ୍ ବସି ପଡ଼ୁଛନ୍ତି ନିଜ ମୋବାଇଲ ଧରି । ଏସବୁ ଶୁଣିଲା ପରେ କହିଲି ତାମାନେ କ’ଣ ନବୀନଙ୍କ ପାଇଁ ଜିଓକୁ ପର କରିଦେଲେ କି ଲୋକ ?

ସିରିୟସଲି ଗୋଟେ ପଂକ୍ତି ନବୀନ ବାବୁଙ୍କୁ ଡେଡ଼ିକେଟ୍ ନ କରି ରହି ହେବନି । 

ବି. ଦ୍ର : ଉପରୋକ୍ତ ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ଭୁବନେଶ୍ୱର ମି ୱାଫାଇର ଶୁଭାରମ୍ଭ ପରେ କାହାର ଫାଇଦା ଏବଂ କାହାର କ୍ଷତି ତାହା ଆପଣଙ୍କୁ ଭିନ୍ନ ଢଙ୍ଗରେ ବୁଝାଇଲୁ ଏବଂ କିଛି ସମୟ ଖୁସି କରିବାକୁ ଏହି ଲେଖା ଉଦ୍ଦିଷ୍ଟ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ । ପଢନ୍ତୁ ଆଉ ମଜା ନିଅନ୍ତୁ ।

ବି. ଦ୍ର : ଆପଣ ମଧ୍ୟ ଏଭଳି ଚିନ୍ତାଧାରାରେ ଲେଖା ଆମ ପାଖକୁ ପଠାଇବାକୁ ଚାହାନ୍ତି ତେବେ ଆମ ହ୍ୱାଟସଆପ ନମ୍ବରକୁ ପଠାଇପାରିବେ । ଆମ ନମ୍ବର – ୯୧୭୮୪୬୭୦୦୫