କନକ ବ୍ୟୁରୋ: ଲୋକସଭା ଆସନ ଲଢ଼େଇରେ ଜଣେ ପ୍ରଶାସିକାଙ୍କୁ ଟକ୍କର ଦେଉଛନ୍ତି ଆଉ ଜଣେ ପ୍ରଶାସକ । ଦୁଇ ଅଫିସରଙ୍କ ମଧ୍ୟରେ ସିଧାସଳଖ ମୁକାବିଲା ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀକୁ ବେଶ୍ ଚର୍ଚ୍ଚାକୁ ନେଇ ଆସିଛି । ଆଉ ଉଭୟଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହୋଇଛନ୍ତି କଂଗ୍ରେସ ସମର୍ଥନରେ ସିପିଆଇ(ଏମ୍) ପ୍ରାର୍ଥୀ ଜନାର୍ଦ୍ଦନ ପତି । ଏକଦା ବାମପନ୍ଥୀଙ୍କ ଦବଦବା ଥିବା ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ପୁଣି ବାମ ଦୁର୍ଗକୁ ଜୀବନ୍ୟାସ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜନାର୍ଦ୍ଦନ । ଏଠାରେ ଭୋଟର୍ ମାନେ ଏକ ନିଆରା ଲଢ଼େଇକୁ ଏଥର ଦେଖିଥିବା ସହ କାହାକୁ ବାଛିନ୍ତି ମତଦାତା । ତାହା କେବଳ ସମୟ କହିବ ।ବିଜେଡି ଗଠନ ହେବା ଦିନ ଠାରୁ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ବିଜେଡି ଦଖଲରେ ରହିଛି । ୧୯୯୮ରୁ ୨୦୧୪ ମଧ୍ୟରେ ହୋଇଥିବା ପାଞ୍ଚଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ବିଜୟ ଲାଭ କରିଛନ୍ତି । ୧୯୯୮ ପୂର୍ବରୁ ହୋଇଥିବା ୧୧ଟି ସାଧାରଣ ନିର୍ବାଚନରେ କଂଗ୍ରେସ ୮ ଥର ଓ ସିପିଆଇ(ଏମ୍) ୩ ଥର ଏହି ନିର୍ବାଚନମଣ୍ଡଳୀକୁ ଦଖଲ କରିଥିଲେ ।

Advertisment

ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୫ଲକ୍ଷ ୨୭ହଜାର ୭୬୮
- ମତ ଦେଇଥିଲେ – ୮ ଲକ୍ଷ ୯୧ହଜାର ୯୫୮
- ଭୋଟଦାନ ହାର – ୫୮.୩୮%

୨୦୧୪ର ଫଳାଫଳ

ଦଳ ଭୋଟ ପ୍ରତିଶତ ଫଳାଫଳ
ପ୍ରସନ୍ନ କୁମାର ପାଟ୍ଟଶାଣୀ ବିଜେଡି ୪,୩୯,୨୫୨ ୪୯.୨୫% ବିଜୟୀ
ବିଜୟ ମହାନ୍ତି କଂଗ୍ରେସ ୧,୪୫,୭୮୩ ୧୬.୩୪% ପରାସ୍ତ
ପୃଥ୍ୱୀରାଜ ହରିଚନ୍ଦନ ବିଜେପି ୨,୪୯,୭୭୫ ୨୮.୦୦% ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡିର ପ୍ରସନ୍ନ କୁମାର ପାଟଶାଣୀ ବିଜୟୀ ହୋଇଥିଲେ
- ୪ ଲକ୍ଷ ୩୯ ହଜାର ୨୫୨ ଖଣ୍ଡ ଭୋଟ୍ ପାଇଥିଲେ ବିଜେଡି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ପରାସ୍ତ କରିଥିଲେ
- ୧ ଲକ୍ଷ ୮୯ ହଜାର ୪୭୭ ଖଣ୍ଡ ଭୋଟ୍ ବ୍ୟବଧାନରେ ଜିତିଥିଲା ବିଜେଡି
- ୮ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ଅରୁପ ପଟ୍ଟନାୟକ
କଂଗ୍ରେସ-ସିପିଏମ୍: ଜନାର୍ଦ୍ଦନ ପତି
ବିଜେପି: ଅପରାଜିତା ଷଡଙ୍ଗୀ

୨୦୧୯--ବିଜେଡି: ଅରୁପ ପଟ୍ଟନାୟକ

ପୂର୍ବତନ ମୁମ୍ବାଇ ପୋଲିସ କମିଶନର

- ବିଜୁ ଯୁବ ବାହୀନି ମୁଖ୍ୟ
- ଆଇପିଏସରୁ ରାଜନୀତି
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି

୨୦୧୯-- ସିପିଏମ୍ : ଜନାର୍ଦ୍ଦନ ପତି

- ବରିଷ୍ଠ ବାମଦଳ ନେତା
- ସିପିଏମ୍ର ପୂର୍ବତନ ରାଜ୍ୟ ସଚିବ
- ଶ୍ରମିକ ନେତା
- ଏକାଧିକ ଶ୍ରମିକ ସଂଗଠନ ସହ ଜଡିତ
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି

୨୦୧୯--ବିଜେପି: ଅପରାଜିତା ଷଡଙ୍ଗୀ

- ଦକ୍ଷ ପ୍ରଶାସିକାରୁ ରାଜନୀତି
- ପୂର୍ବତନ ବିଏମ୍ସି କମିଶନର
- ପୂର୍ବତନ ପଂଚାୟତିରାଜ ବିଭାଗ ପ୍ରମୁଖ ସଚିବ
- ପୂର୍ବତନ ଗଣଶିକ୍ଷା ସଚିବ

ନିର୍ବାଚନ ମଣ୍ଡଳୀ ତଥ୍ୟ

- ଭୁବନେଶ୍ୱର ଉତର, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଏକାମ୍ର, ବେଗୁନିଆ, ଜୟଦେବ, ଖୋର୍ଦ୍ଧା ଏବଂ ଜଟଣୀକୁ ନେଇ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ
- ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀ ବିଜେଡି କବଜାରେ ରହିଛି ।
- ବିଜେଡିର ପ୍ରସନ୍ନ କୁମାର ପାଟ୍ଟଶାଣୀ ୫ଥର ସାଂସଦ ( ୧୯୯୮ରୁ ଲଗାତର)
- କଂଗ୍ରେସରୁ ଚିନ୍ତାମଣି ପାଣିଗ୍ରାହୀ ୪ଥର ସାଂସଦ
- ସିପିଏମ୍ରୁ ଶିବାଜୀ ପଟ୍ଟନାୟକ ୩ଥର ସାଂସଦ
- ୨୦୧୯ ପାଇଁ କଂଗ୍ରେସ-ସିପିଏମ୍ ମେଂଟ ହୋଇଛି