କନକ ବ୍ୟୁରୋ : ହାଇକୋର୍ଟ ବାର୍ ଆସୋସିଏସନ୍ ଡାକରାରେ ଭୁବନେଶ୍ବର ଓକିଲ ସଂଘ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ ଭୁବନେଶ୍ବର ବାର୍ ଆସୋସିଏସନ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମଙ୍ଗଳବାରଠାରୁ ସହମତି ଭିତ୍ତିରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗଦେବେ ବୋଲି ସଂଘର ଜରୁରୀ ସାଧାରଣ ସଭାରେ ନିଷ୍ପତ୍ତି ନିଆଯାଇଥିବା ସମ୍ପାଦକ ଅଞ୍ଜନ କୁମାର ସାମନ୍ତରାୟ ଜଣାଇଛନ୍ତି। ସଂଘ ନିଜର ସ୍ବତନ୍ତ୍ରତା ବଜାୟ ରଖିବା ସହ ଆଇନଜୀବୀଙ୍କ ଏକତା ରକ୍ଷା କରି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରିବ।

Advertisment

publive-imageକିନ୍ତୁ ଜନସାଧାରଣଙ୍କୁ ହଇରାଣ ନ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ ଚାହିଁବେ ସେମାନେ କୋର୍ଟ କାର୍ଯ୍ୟ କରିପାରିବେ ବୋଲି ସଭାରେ ସ୍ପଷ୍ଟ କରାଯାଇଛି। ଆନ୍ଦୋଳନକୁ ପୂର୍ବବତ୍ ପୂର୍ଣ୍ଣ ସମର୍ଥନ ରହିବ ବୋଲି ସମ୍ପାଦକ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ସଭାପତି ଦୁର୍ଗାମାଧବ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଜରୁରୀ ସଭାରେ ସମ୍ପାଦକ ଶ୍ରୀ ସାମନ୍ତରାୟ, ଉପସଭାପତି ଅଶୋକ ବେହେରା, ସହ ସହସମ୍ପାଦକ ଭାଗ୍ୟବତୀ ରାଉତରାୟ, କୋଷାଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଅତୁଲ୍ୟ ଆଚାର‌୍ୟ୍ୟଙ୍କ ସମେତ ଦୀପ୍ତିପ୍ରସାଦ ନନ୍ଦ, ଆଶୁତୋଶ ଷଡ଼ଙ୍ଗୀ, ସଦାଶିବ ଦାଶଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।