ସାମ୍ନାକୁ ଆସିଲା ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଦଳ ଓ ପ୍ରାର୍ଥୀଙ୍କ ସତ୍ୟପାଠରେ କିଭଳି ରହିଛି ତାରତମ୍ୟ !

23

କନକ ବ୍ୟୁରୋ : ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଦଳ ଓ ପ୍ରାର୍ଥୀଙ୍କ ସତ୍ୟପାଠରେ କିଭଳି ତାରତମ୍ୟ ରହିଛି, ତାର ଏକ ଉଦାହାରଣ ସାମନାକୁ ଆସିଛି । କୁଚିଣ୍ଡାର ବିଜେଡି ପ୍ରାର୍ଥୀ ଭୁବନେଶ୍ୱର କିସାନ ନିର୍ବାଚନ କମିଶନଙ୍କୁ ଦେଇଥିବା ସତ୍ୟପାଠରୁ ଏହା ସ୍ପଷ୍ଟ ହୋଇଛି । ୨୦୧୪ ନିର୍ବାଚନରେ କୁଚିଣ୍ଡା ସଂରକ୍ଷିତ ଆସନରୁ ବିଜେଡିର ପ୍ରାର୍ଥୀ ଥିଲେ ଭୁବନେଶ୍ୱର କିସାନ ।

କିସାନଙ୍କୁ ବିଜେଡି ୨୦୧୪ ମସିହା ମେ ୮ ତାରିଖରେ ୫ ଲକ୍ଷ ଟଙ୍କା ଦେଇଥିବା ଦର୍ଶାଇଛି । ମାତ୍ର ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠରେ ସେ ଦଳ ପକ୍ଷରୁ କୌଣସି ଟଙ୍କା ପାଇନଥିବା ଦର୍ଶାଇଛନ୍ତି । ନବରଙ୍ଗପୁର ସାଂସଦ ଇଂଜିନିୟର ବଳଭଦ୍ର ମାଝୀଙ୍କୁ ଦଳ ସାଢ଼େ ୭ ଲକ୍ଷ ଟଙ୍କା ଦେଇଥିବା ଦର୍ଶାଇଥିବାବେଳେ ସେ ଦଳ ପକ୍ଷରୁ କୌଣସି ଟଙ୍କା ପାଇନଥିବା ଦର୍ଶାଇଥିଲେ । ଏଥିରୁ ଦଳ ନା ପ୍ରାର୍ଥୀ କିଏ ସତ କହୁଛି ଓ କିଏ ମିଥ୍ୟା ସତ୍ୟପାଠ ଦେଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।