ସିଝୁଛି ସାରା ଓଡ଼ିଶା । ତାଳଚେରରୁ ଟପିଗଲା ଭୁବନେଶ୍ୱର ତାପମାତ୍ରା, ପାରଦ ଛୁଇଁଲା ୪୩ ଡିଗ୍ରୀ ।

322

କନକ ବ୍ୟୁରୋ: ଜଳୁଛି ସାରା ଓଡ଼ିଶା । ପ୍ରଚଣ୍ଡ ରୌଦ୍ର ତାପରେ ହନ୍ତସନ୍ତ ଜନଜୀବନ । ଗତକାଲି ୧୨ ସହର ଆଉ ଆଜି ୮ ସହରରେ ଗ୍ରୀଷ୍ମ ପ୍ରବାହ ପାରା ସର୍ବାଧିକ ରେକର୍ଡ଼ ହୋଇଛି । ଯାହା ରାଜ୍ୟବାସୀଙ୍କୁ ପ୍ରଭାବିତ କରିଛି । ତେବେ ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇ କହିଛନ୍ତି କି, ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀରୁ ଉଦ୍ଧ୍ୱର୍ ଟପିଛି । ଏପରିକି ଟିଟିଲାଗଡ଼ ଓ ତାଳଚେରକୁ ପଛର ପକାଇ ଭୁବନେଶ୍ୱରରେ ସବୁଠାରୁ ଉତ୍ତପ୍ତ ସହର ଭାବେ ଜଣାପଡ଼ିଛି । ଆଜି ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ୪୩.୭ ଡ଼ିଗ୍ରୀ ରେକର୍ଡ ହୋଇଛି ।


ଭୁବନେଶ୍ୱର-୪୩.୭ ଡ଼ିଗ୍ରୀ
ତାଳଚେର-୪୩.୩ ଡିଗ୍ରୀ
ଅନୁଗୁଳ-୪୨.୭ ଡିଗ୍ରୀ
ଟିଟିଲାଗଡ଼-୪୨.୦ ଡିଗ୍ରୀ
କଟକ- ୪୧.୧ ଡ଼ିଗ୍ରୀ
ମାଲକାନଗିରି- ୪୦.୮ ଡ଼ିଗ୍ରୀ
ଚାନ୍ଦବାଲି-୪୦.୫ ଡ଼ିଗ୍ରୀ
ଝାରସୁଗୁଡ଼ା-୪୦.୦ ଡ଼ିଗ୍ରୀ