କନକ ବ୍ୟୁରୋ : ହକି ବିଶ୍ୱକପକୁ ରହିଯାଇଛି ଆଉ ମାତ୍ର ୧୦ ଦିନ । ସମସ୍ତ ପ୍ରସ୍ତୁତି ମଧ୍ୟ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱକପକୁ ନେଇ ସଜେଇ ହୋଇପଡିଛି ଭୁବନେଶ୍ୱର । ରାସ୍ତାଘାଟରେ ବିଭିନ୍ନ ପ୍ରକାରର ଚିତ୍ରକଳାଠାରୁ ଆରମ୍ଭ କରି ବଡ ବଡ ହୋଡିଂରେ ଛାଉଣୀ ହୋଇଯାଇଛି ଦେଶର ପ୍ରଥମ ସ୍ମାର୍ଟସିଟି ମାନ୍ୟତା ପାଇଥିବା ରାଜଧାନୀ ଭୁବନେଶ୍ୱର । ତେବେ ମନ୍ଦିରମାଳିନୀ ସହର ଭାବେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ମଧ୍ୟ ସଜେଇ ହୋଇପଡିଛି ।
ସ୍ମାର୍ଟସିଟି ମାନ୍ୟତା ପାଇବା ପରେ ସହରରେ ଅନେକ ଉନ୍ନତିକରଣ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ହକି ବିଶ୍ୱକପ ପୂର୍ବରୁ ସଜେଇ ହୋଇପଡିଲାଣି ଏକାମ୍ର କ୍ଷେତ୍ର । ଏହି ଅବସରରେ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଓଡିଶାକୁ ଛୁଟି ଆସିବେ । ଆଉ ସେମାନଙ୍କୁ ସ୍ୱାଗତ କରିବା ପାଇଁ ଏକାମ୍ର କ୍ଷେତ୍ରରେ ରାଜ୍ୟ ସରକାର, ଭୁବନେଶ୍ୱର ମହାନଗର ନିଗମ ଏବଂ ସ୍ମାର୍ଟସିଟି ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ରାଜମହଲ ଛକ ଠାରୁ ଆରମ୍ଭ କରି ଶିଶୁଭବନ ଛକ ପର୍ଯ୍ୟନ୍ତ କିଛି ଏଭଳି ଭାବେ ନିର୍ମାଣ ହେଉଛି ଏହି ସୁନ୍ଦର ଯୋଜନା । ସୂଚନା ଅନୁଯାୟୀ, ହକି ବିଶ୍ୱକପ ପୂର୍ବରୁ ଏହି କାର୍ଯ୍ୟ ପାଖାପାଖି ଶେଷ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/46285271_1808030085993160_6892545001016786944_n.jpg)