ରାଜ୍ୟବ୍ୟାପୀ ବିଜେପିର ହକ୍ ପାଇଁ ହରତାଲ୍ ଜାରି !

44

କନକ ବ୍ୟୁରୋ : ରାଜ୍ୟବ୍ୟାପୀ ବିଜେପିର ହକ୍ ପାଇଁ ହରତାଲ୍ ଜାରି ରହିଛି । ମଙ୍ଗଳବାର ଉତ୍ତର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମଣ୍ଡଳୀ ପକ୍ଷରୁ ଡମଣା ଛକଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । ଚନ୍ଦ୍ରଶେଖପୁର ଅଧୀନରେ ଥିବା ବିଭିନ୍ନ ୱାର୍ଡସ ସମସ୍ୟା ନେଇ ଦଳ ପ୍ରତିବାଦ କରିଛି । ହସ୍ପିଟାଲ ସମସ୍ୟା ଏଠାରେ ମୁଣ୍ଡ ଟେକିଥିବା ଅଭିଯୋଗ ହୋଇଛି । ସେହିପରି ବିଭିନ୍ନ ବସ୍ତି ଅଂଚଳକୁ ପକ୍କା ରାସ୍ତା ନଥିବା ସହ ବିଜୁଳୀ ଓ ପାନୀୟ ଜଳ ସମସ୍ୟା ଥିବା ନେଇ ବିଜେପି ଚନ୍ଦ୍ରଶେଖରପୁର ମଣ୍ଡଳୀ ଆନ୍ଦୋଳନ ତୀବ୍ର କରିବ ବୋଲି ଚେତାବନୀ ଦେଇଛି । ମୁଖ୍ୟତଃ ୱାର୍ଡ ବାସିନ୍ଦା ଡ୍ରେନେଜ ବ୍ୟବସ୍ଥା ଦେଇ ଗତି କରୁଥିବାରୁ ସ୍ୱାସ୍ଥ୍ୟଗତ ସମସ୍ୟା ହେଉଥିବା ମଣ୍ଡଳ ସଭାନେତ୍ରୀ କହିଛନ୍ତି ।