ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ଜାତୀୟ ଡଗ୍ ସୋ’ । ସାମିଲ ହେଲେ ଲୋମଶ କୌତୁକିଆ ଛୋଟ “ସି-ଜୁ’’, ଶିକାରୀ କୁକୁର ”ମାଷ୍ଟିଫ୍’’ ।

179

କନକ ବ୍ୟୁରୋ : ଜାତୀୟ ଡଗ୍ ସୋ’ରେ ସାମିଲ ହେଲେ ଲୋମଶ କୌତୁକିଆ ଛୋଟ “ସି-ଜୁ’’ କୁୁକୁରଠାରୁ ଆରମ୍ଭ କରି ଶିକାରୀ କୁକୁର ”ମାଷ୍ଟିଫ୍’’ । ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ କୁକୁର ପ୍ରତିଯୋଗିତାରେ ସାମିଲ ହୋଇଥିଲେ ୩୮ ପ୍ରଜାତିର କୁକୁର । ରାଜ୍ୟ ବାହାରରୁ ୧୫୦ ପ୍ରତିଯୋଗୀ ସମେତ ମୋଟ ୨୮୦ ପ୍ରତିଯୋଗୀ ସେମାନଙ୍କ କୁକୁର ନେଇ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ । ଏ ନେଇ ଲୋକଙ୍କ ମଧ୍ୟରେ ଢ଼େର ଉତ୍ସାହ ଦେଖାଦେଇଥିଲା ।

ଏ ହେଲା ତିବେତିଆନ୍ କୁକୁର “ସି-ଜୁ’’ । ଆସିଛି ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ଜାତୀୟ ଚାମ୍ପିଅନସିପରେ ଭାଗ ନେବାକୁ । ଏହି କୌତୁକିଆ, ଲୋକଙ୍କ ସହ ଖୁସିରେ ମିଶୁଥିବା ଲୋମଶ କୁକୁରର ମୂଳ ତିବତତ୍ତ ହୋଇପାରେ । ତିବତରେ ବୌଦ୍ଧ ଲାମା ବା ବୌଦ୍ଧ ଗୁରୁମାନେ ଛୋଟ ସିଂହ ଭଳି ଦେଖାଯାଉଥିବା ଏହି ସି-ଜୁ ପାଳୁଥାଇପାରନ୍ତି । ମାତ୍ର ଏବେ ପୃଥିବୀର ବିଭିନ୍ନ ସ୍ଥାନରେ ଲୋକଙ୍କ ଘରେ/ଫ୍ଲାଟରେ ରହୁଛନ୍ତି ଏହି କୌତୁକିଆ କୁକୁରମାନେ ।

ଭାରତୀୟ କେନେଲ ସୋସାଇଟି ୧୯୯ ପ୍ରଜାତିର କୁକୁରକୁ ପ୍ରତିଯୋଗିତାରେ ସାମିଲ କରିିବାକୁ ଅନୁମତି ଦେଇଛି । ତେବେ ଓଡ଼ିଶା କେନେଲ୍ କ୍ଲବ୍ ପକ୍ଷରୁ ଆୟୋଜିତ ଏହି କୁକୁର ଚାମ୍ପିଅନସିପରେ ୩୮ ପ୍ରଜାତିର କୁକୁର ସାମିଲ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ରାଜ୍ୟ ବାହାରୁ ୧୫୦ ପ୍ରତିଯୋଗୀଙ୍କ ସମେତ ମୋଟ ୨୮୦ ପ୍ରତିଯୋଗୀ ଚାମ୍ପିଅନସିପରେ ସାମିଲ ହୋଇଥିଲେ ।

କୌତୁକିଆ ଛୋଟ କୁକୁର ମିନ୍ ପିନ୍ ହେଉ, ଛଉଛଉକା ଡାଲମେସିଆନ୍ ହେଉ କିମ୍ବା ଶିକାରୀ ଜ୍ୟାକ୍ ରସେଲ୍ ଟେରିଅର୍ କିମ୍ବା ତିବେତିଆନ୍ ମାଷ୍ଟିଫ୍ ପର୍ଯ୍ୟନ୍ତ କୁକୁର ଦେଖଣାହାରୀଙ୍କ ମନ ମୋହିଥିଲା । ସେମାନଙ୍କର ଦାନ୍ତର ଶୈଳୀ, ଗଠନ ଶୈଳୀ, ହାବଭାବ ଦେଖି ମାର୍କ ଦେଇଥିଲେ ସ୍ୱିଡେନର ବିଚାରକ ଇଭା ବର୍ଗ, ଲାଟଭିଆର ରୀତା ସ୍କାଡିନା ପ୍ରମୁଖ ।