୧୦ କୋଟି ଟଙ୍କାର ମଇଁଷି ଭୀମ୍ । ରକ୍ଷାଣବେକ୍ଷଣ ପାଇଁ ମାସକୁ ଖର୍ଚ୍ଚ ୧ ଲକ୍ଷ ଟଙ୍କା

323

ରାଜସ୍ଥାନର ପ୍ରସିଦ୍ଧ ପୁଷ୍କର ମେଳାରେ ଚଳିତ ଥର ଭୀମ ନାମକ ଏକ ମଇଁଷି ସାମିଲ ହୋଇଛି । ଯେଉଁ ମଇଁଷିର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା । ୧୨୦୦ କିଲୋ ଓଜନ ବିଶିଷ୍ଟ ଏହି ମଇଁଷିର ଉଚ୍ଚତା ୬ ଫୁଟ ରହିଥିବା ବେଳେ ଏହାର ଲମ୍ବ ୧୪ ଫୁଟ ରହିଛି । ମାତ୍ର ୫ ବର୍ଷ ବୟସର ଏହି ମଇଁଷି ଅନ୍ୟ ମଇଁଷି ଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ । ସବୁଠୁ ବଡ କଥା ହେଲା ଭୀମର ରକ୍ଷାଣବେକ୍ଷଣ ପାଇଁ ମାସକୁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ମାଲିକ । ଆଉ ଭୀମକୁ ଦେଖିବା ପାଇଁ ମେଳାରେ ମଧ୍ୟ ଜବରଦସ୍ତ ଭିଡ ଦେଖିବାକୁ ମିଳୁଛି ।

ପ୍ରତିଦିନ ଏକ କିଲୋ ଘିଅ,ଅଧା କିଲୋ ଲହୁଣି, ୨୦୦ ଗ୍ରାମ ମହୁ, ୨୫ ଲିଟର କ୍ଷୀର ଓ ଏକ କିଲୋ କାଜୁ-ବାଦାମ ଭୀମକୁ ଖାଇବାକୁ ଦିଆଯାଇଥାଏ । ମଇଁଷି ଭୀମର ମାଲିକ ଜବାହାରଲାଲ ଜାଙ୍ଗିଡଙ୍କ କହିବା ଅନୁଯାୟୀ, ଏ ସବୁ ବ୍ୟତୀତ ପ୍ରତିିଦିନ ୧ କିଲୋ ସୋରିଷ ତେଲ ଭୀମ ଦେହରେ ମାଲିସ କରାଯାଇଥାଏ । ଭୀମର ଦେଖାରଖା କରିବା ପାଇଁ ୪ ଜଣ ଲୋକଙ୍କୁ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି ।

କିଛିଦିନ ପୂର୍ବେ ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଆୟୋଜିତ ଏଗ୍ରୋ ଟେକ୍ ଚାଷୀ ମେଳାରେ ଭୀମ ସବୁଠୁ ଶକ୍ତିଶାଳୀ ମଇଁଷିର ପୁରସ୍କାର ହାସଲ କରିଥିଲା । ଭୀମ ପୂର୍ବରୁ ସୁଲତାନ, ଯୁବରାଜଙ୍କ ଭଳି ମଇଁଷି ଚର୍ଚ୍ଚାର ପରିସରକୁ ଆସିଥିଲେ । ଯାହାଙ୍କର ମୂଲ୍ୟ ମଧ୍ୟ କୋଟି କୋଟି ଟଙ୍କା ରହିଥିଲା । ଭୀମର ମାଲିକଙ୍କ କହିବା ଅନୁଯାୟୀ, ଭୀମକୁ କିଣିବାକୁ ତାଙ୍କ ପାଖକୁ ଅନେକ ଲୋକ ଆସୁଛନ୍ତି କିନ୍ତୁ ସେ ଏହି ମଇଁଷି ବିକ୍ରି କରିବାକୁ ଚାହୁଁନାହାନ୍ତି ।