ସ୍ୱାଭାବିକ ହେଉଛି ଭଦ୍ରକ ! ସକାଳ ୮ରୁ ୧୨ଟା ଯାଏଁ କର୍ଫ୍ୟୁ କୋହଳ

26

କନକ ବ୍ୟୁରୋ : ଭଦ୍ରକରେ ସ୍ୱାଭାବିକ ହେଉଛି ପରିସ୍ଥିତି । ଧିରେ ଧିରେ ଏହି ସହରକୁ ଶାନ୍ତି ଫେରି ଆସୁଛି । ଆଜି ସକାଳ ୧୨ଟା ଯାଏ ପୁଣି କର୍ଫ୍ୟୁ କୋହଳ କରାଯାଇଛି । ଫଳରେ ଦୋକାନ ବଜାର ଖୋଲିବା ସହ ରାସ୍ତାଘାଟରେ ଜନ ସମାଗମ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକେ ବଜାରକୁ ଆସୁଥିବା ଦେଖାଯାଇଛି ।

ଭଦ୍ରକର ଗଳି କନ୍ଦିରେ ୩୫ ପ୍ଲାଟୁନ୍ ପୋଲିସ ସହ କେନ୍ଦ୍ରରୁ ସିଆରପିଏଫ ଏବଂ ରାପିଡ୍ ଆକ୍ସନ ଫୋର୍ସ ପଇଁତରା ମାରୁଛନ୍ତି । ଭଦ୍ରକରେ ପରିସ୍ଥିତି ବର୍ତମାନ ନିୟନ୍ତ୍ରଣାଧିନ ରହିଛି । ଗତକାଲି ସକାଳ ୮ଟାରୁ ୧୨ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଥିଲା । ମଧ୍ୟାହ୍ନରୁ ଲାଗୁ କର୍ଫ୍ୟୁ ଆଜି ସକାଳ ପର୍ଯ୍ୟନ୍ତ ବଳବତର ରହିଥିଲା ।

ଏହା ସହ ଦେଖନ୍ତୁ ଏହିି ଭିଡିଓ-