ଜଳୁଛି ଭଦ୍ରକ, ଫେରୁନି ସଦଭାବନା : କର୍ଫ୍ୟୁ ଜାରି ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଗଲେ ଟପ୍ ପୁଲିସ ଅଫିସର

35

କନକ ବ୍ୟୁରୋ : ପୁଣି ଅଶାନ୍ତ ହୋଇଉଠିଛି ଭଦ୍ରକ । ସହରରେ ଜାରି ହୋଇଛି କର୍ଫ୍ୟୁ । ଘଟଣା ସ୍ଥଳରେ ଉତେଜନାକୁ ଦୃଷ୍ଟିରେ ରହି ଗୃହ ସଚିବ, ପୁଲିସ ଡିଜି ଏବଂ ଆଇନ ଶୃଙ୍ଖଳା ଏଡିଜି ଭଦ୍ରକ ଗସ୍ତ କରିଛନ୍ତି । ପରିସ୍ଥିତିକୁ ଆୟତକୁ ଆଣିବା ପାଇଁ ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଭଦ୍ରକ ସହରରେ ଲାଗି ରହିଥିବା ଅଶାନ୍ତ ପରିବେଶକୁ ଦୃଷ୍ଟିରେ ରଖି ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତ ଉପରେ ରୋକ୍ ଲଗା ଯାଇଛି ।

ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣପାଲ ଗୁଜ୍ଜର ଭଦ୍ରକ ଗସ୍ତ କରିବା କାର୍ଯ୍ୟକ୍ରମ ଥିଲା । ଏପଟେ ୧୪୪ଧାରା ସତ୍ୱେ ସହରର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କାଣ୍ଡ ସବୁ ସାମ୍ନାକୁ ଆସୁଛି । ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ କରୁଥିବା ଦେଖାଯାଇଛି । ଏକ ଗୁରୁତ୍ୱପୂର୍ଣର୍ ଘଟଣକ୍ରମରେ ଉତ୍ତେଜିତ ଲୋକେ ଏସଡିପିଓଙ୍କୁ ଆକ୍ରମଣ କରିଛନ୍ତି । ଏପରିକି ପୁଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ଲୋକେ । ସେପଟେ ଦୋକାନ ବଜାର ଭଙ୍ଗାରୁଜା ପରି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ପରିସ୍ଥିତିକୁ ଆୟତ କରିବା ପାଇଁ ବସିଥିବା ଶାନ୍ତି କମିଟି ବୈଠକରୁ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ  । ନୂଆ ବଜାର, ପୁରୁଣା ବଜାର ଓ ଟାଉନ ହଲ୍ ଛକରେ ଦୋକାନ ବଜାର ଭଙ୍ଗାରୁଜା କରିବା ସହ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରାଯାଇଛି ।