ଭଦ୍ରକରେ ସକାଳ ୬ରୁ ୧୨ଘଂଟା ପାଇଁ କର୍ଫ୍ୟୁ କୋହଳ ! ବିଜେଡି କାଉନସିଲର ଗିରଫ ପରେ ତେଜିଲା ରାଜନୀତି

36

କନକ ବ୍ୟୁରୋ : ଭଦ୍ରକରେ ପରିସ୍ଥିତି ସୁଧୁରିବାରେ ଲାଗିଛି । ଧିରେ ଧିରେ ସ୍ୱାଭାବିକ ହେଉଛି ସ୍ଥିତି । ଆଜିସକାଳ ୬ଟାରୁ ୧୨ ଘଂଟା ପାଇଁ କର୍ଫ୍ୟୁ କୋହଳ କରାଯାଇଛି । ସକାଳୁ ୬ରୁ ସଂଧ୍ୟା ୬ଯାଏଁ କର୍ଫ୍ୟୁ କୋହଳ କରାଯାଇଥିବାନେଇ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ସୋସିଆଏ ମିଡିଆରେ ଆପତିଜନକ ପୋଷ୍ଟ ପରେ ଅଶାନ୍ତ ହୋଇପଡିଥିଲା ଭଦ୍ରକ ।

ସେପଟେ ଏହାକୁ ନେଇ ଜୋର ଧରିଲା ରାଜନୀତି । ତେବେ ଭଦ୍ରକ ହିଂସା ପାଇଁ ଦାୟୀ କିଏ ? ଏହି ଘଟଣାରେ ବିଜେଡି କର୍ପୋରେଟର ଗିରଫ ହେବା ପରେ ଶାସକ ଦଳ ବିରୋଧରେ ସାଙ୍ଘାତିକ ଆରୋପ ଆଣିଛି ବିଜେପି । କେବଳ କର୍ପୋରେଟର ନୁହେଁ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଓ ତାଙ୍କ ପୁଅଙ୍କର ମଧ୍ୟ ହିଂସା ପଛରେ ସମ୍ପୃକ୍ତି ରହିଥିବା କହିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା । ଏ ଘଟଣା କିଏ ଘଟାଇଛି ତାହା ଭଦ୍ରକବାସୀ ଜାଣିଛନ୍ତି ବୋଲି ଦମ୍ଭୋକ୍ତି କରିଛନ୍ତି ବିଜେପି ମୁଖପାତ୍ର ।

ଭଦ୍ରକ ଦଙ୍ଗା ପରେ ବିଜେଡିର ସାମ୍ପ୍ରଦାୟିକ ରାଜନୀତିର ମୁଖା ଖୋଲୁଛି ବୋଲି କହିଛନ୍ତି ସଜ୍ଜନ । ତେବେ ଜବାବରେ ବିଜେଡି କହିଛି, ଦଙ୍ଗା ପଛରେ ଯେଉଁମାନେ ଅଛନ୍ତି କାହାରିକୁ ଛଡାଯିବ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀଙ୍କର ସ୍ପଷ୍ଟ ନିର୍ଦ୍ଦେଶ ରହିଥିବା ସୂଚନା ଦେଇଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –