ଜେଲରଙ୍କ ରଙ୍ଗୀନ ମିଜାଜ ! ଚାକିରି ଦେବାକୁ କହି ଯୁବତୀଙ୍କ ଇଜ୍ଜତ ସହ ଖେଳିଥିଲେ ସାଂଘାତିକ ଖେଳ, ସୋସିଆଲ ମିଡିଆରେ ଭାଇରାଲ ହେଲା ରଙ୍ଗୀନ ମୁହୂର୍ତ୍ତର ଫଟୋ

33

କନକ ବ୍ୟୁରୋ : ଏକାଧିକ ଯୁବତୀ ଓ ମହିଳାଙ୍କ ସହ ସଂପର୍କ ରଖି ଫଶିଗଲେ ଭଦ୍ରକ ଜେଲର । ପ୍ରଥମେ ଅନୈତିକ ସଂପର୍କ ଏବଂ ପରେ ସେହି ଅନ୍ତରଙ୍ଗ ମୁହୁର୍ତର ଫଟୋ ଓ ଭିଡିଓ ଭାଇରାଲ କରିବା ଅଭିଯୋଗ । ଏନେଇ ପୀଡ଼ିତାମାନେ ଅଭିଯୋଗ କରିବାରୁ ଭଦ୍ରକ ଜେଲର ଚିନ୍ମୟ ପାତ୍ରଙ୍କୁ ବଦଳି କରାଯାଇଛି । ଘଟଣା ନେଇ ତଦନ୍ତ କରିବା ପରେ ଚିନ୍ମୟ ପାତ୍ରଙ୍କୁ ମଦନପୁର-ରାମପୁରଙ୍କୁ ବଦଳି କରିଛନ୍ତି କର୍ତୃପକ୍ଷ ।

ଜେଲରଙ୍କ ରଙ୍ଗୀନ ମିଜାଜ । ରଙ୍ଗୀନ ମୁଡରେ ଜେଲରଙ୍କ ସେଲଫି । କାମ ଜେଲ ଜଗିବା ହେଲେ ଜେଲର ରଙ୍ଗୀନ ହେବାରେ ସବୁବେଳେ ବ୍ୟସ୍ତ । ଆଉ ଯେତେବେଳେ ବି ବାବୁ ଜଣକ ରଙ୍ଗୀନ ମୁଡକୁ ଆସନ୍ତି, ଗୋଟିଏ ଦୁଇଟି ଫଟୋକୁ ସ୍ମୃତି ଭଳି ସାଇତି ରଖନ୍ତି । କେବଳ ଗୋଟିଏ ନୁହେଁ ବରଂ ଜେଲରଙ୍କ ପୁଳାପୁଳା ନଗ୍ନ ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଫଟୋ ଭାଇରାଲ ହେବା ପରେ ଫଟୋରେ ଥିବା ଯୁବତୀ ଏନେଇ ଗତ ୨୩ ତାରିଖରେ ଅଭିଯୋଗ କରିବା ପରେ, ଜେଲ ଡିଆଇଜିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ତଦନ୍ତ । ଆଉ ଏହି ରଙ୍ଗୀଲା ଜେଲରଙ୍କୁ ମଦନପୁର-ରାମପୁରକୁ ବଦଳି କରାଯାଇଛି ।

ଜେଲରଙ୍କ ବିରୋଧରେ ଜଣେ ମହିଳା ବୁଧବାର ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିବା ବେଳେ, ଗୁରୁବାର ବଡବିଲ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆଉ ଜଣେ ମହିଳା । କହିଛନ୍ତି ଚାକିରି କରାଇ ଦେବା ନାଁରେ ଦୈହିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ଜେଲର । ଏପରିକି ମହିଳାଙ୍କ ଜୀବନକୁ ନେଇ ଖେଳ ଖେଳିଥିବା ଜେଲରକୁ କେବଳ ବଦଳି ନୁହେଁ ବରଂ ତାଙ୍କୁ ନିଲମ୍ବନ କରିବା ସହ ଗିରଫ ପାଇଁ ଦାବି କରିଛନ୍ତି । ଜେଲରଙ୍କ ଏଭଳି କାରନାମା ସାରା ରାଜ୍ୟରେ ଚାଚଂଲ୍ୟ ସୃଷ୍ଟି କରିଛି । ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି ରଙ୍ଗୀଲା ଜେଲରଙ୍କ ଅଶ୍ଳିଳ ଭିଡିଓ । ତେବେ ଘଟଣାର ସତ୍ୟତା ଖୋଜି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଲେ ହିଁ ପୀଡିତା ପାଇବେ ପ୍ରକୃତ ନ୍ୟାୟ ।