ଅଶାନ୍ତ ଭଦ୍ରକ, ପରିସ୍ଥିତି ଅଣାୟତ ! କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତରେ ଲାଗିଲା ରୋକ୍

48

କନକ ବ୍ୟୁରୋ : ଅଶାନ୍ତ ଭଦ୍ରକ , ପରିସ୍ଥିତି ଅଣାୟତ । କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତରେ ଲାଗିଲା ରୋକ । କ୍ରିଷ୍ଣାପାଲ ଗୁଜର କାଲି ଯାଇଥାନ୍ତେ ଭଦ୍ରକ । ଦଙ୍ଗା ନେଇ ଭଦ୍ରକକୁ ନଯିବାକୁ ଓଡିଶା ପୁଲିସ କରିଛି ଅନୁରୋଧ । ଗତକାଲିର ହିଂସା ପରେ ଭଦ୍ରକ ସହରରେ ୧୪୪ ଧାରା ଲାଗୁ କରାଯାଇଥିଲା । ଆଜି ଏନେଇ ଶାନ୍ତି କମିଟି ବୈଠକ ବସିଥିଲେ ବି ଏହା ଫେଲ ମାରିଥିଲା ।

ରାମ ନବମୀ ଅବସରରେ ଫେସବୁକରେ ରାମଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ଆପତ୍ତିଜନକ ଫଟୋ ପୋଷ୍ଟ କରାଯାଇଥିଲା । ଫଳରେ ଉତ୍ତେତନାର ସୂତ୍ରପାତ ହୋଇଥିଲା ।