ଧିରେ ଧିରେ ସୁଧୁରୁଛି ଭଦ୍ରକ ପରିସ୍ଥିତି :୪ ଘଂଟା କୋହଳ ପରେ ପୁଣି କାଲି ସକାଳ ଯାଏଁ ବଳବତ୍ତର ରହିବ କର୍ଫ୍ୟୁ

23

କନକ ବ୍ୟୁରୋ : ଧିରେ ଧିରେ ଭଦ୍ରକରେ ଶାନ୍ତି ଫେରୁଛି । ୪ ଘଂଟା କୋହଳ ପରେ ପୁଣି ଆସନ୍ତାକାଲି ସକାଳ ଯାଏଁ କର୍ଫ୍ୟୁ ବଳବତର ରଖିଲା ପୁଲିସ । ଆଜି ସକାଳ ୮ଟାରୁ ୧୨ଟା ଯାଏଁ କର୍ଫ୍ୟୁକୁ କୋହଳ କରାଯାଇଥିଲା  । ପ୍ରଥମେ ୩ ଘଂଟା ପାଇଁ କର୍ଫ୍ୟୁ କୋହଳ କରାଯାଇଥିଲା ବେଳେ ପରେ ଆଉ ଘଂଟାଏ ପାଇଁ କୋହଳ କରାଯାଇଥିଲା ।

ଆଜିର ସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ମଧ୍ୟରେ ଆଲୋଚନା ପରେ କର୍ଫ୍ୟୁକୁ ବଳବତର ରଖାଯାଇଛି । ଆସନ୍ତାକାଲି ସକାଳ ଯାଏଁ କର୍ଫ୍ୟୁ ବଳବତର ରଖିବା ପାଇଁ ନିଷ୍ପତି ନିଆଯାଇଛି । ଆଜି ସକାଳୁ ୧୨ ଯାଏଁ କର୍ଫ୍ୟୁ କୋହଳ ଥିବା ଲୋକେ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀର କିଣିଛନ୍ତି । ଦୁଇ ଦିନ ଧରି ଘରୁ ବାହାରି ପାରୁନଥିଲେ ଜନସାଧାରଣ । ପ୍ରଶାସନର ଘୋଷଣା ପରେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରକୁ ଆସିଥିଲେ ଲୋକ । ଦୋକାନ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।