ଦଙ୍ଗାର ସହର ଭିତରେ ଉଦ୍ଧାର ହେଲେ ଗୁରତର ରୋଗୀ ! କନକ ନ୍ୟୁଜ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ଆରମ୍ଭ ହେଲା ଚିକିତ୍ସା

35

କନକ ବ୍ୟୁରୋ : ଭଦ୍ରକରେ ନିଆଁ ଜଳୁଥିଲା । ସମସ୍ତେ ବ୍ୟସ୍ତ ଥିଲେ ଅସନ୍ତୋଷର ଚିତ୍ରକୁ କ୍ୟାମେରାରେ କଏଦ କରିବାକୁ । ହେଲେ ଆମ ପ୍ରତିନିଧି ଲାଗିଥିଲେ ଲୋକଙ୍କ ସମସ୍ୟା ଦୂର କରିବାକୁ । ସାମ୍ନାରେ ପଡିଲା ଏଭଳି ଏକ ଖବର ଯାହା ଆମ ପ୍ରତିନିଧିଙ୍କ ହୃଦୟ ତରଳାଇ ଦେଇଥିଲା । ଗୁରୁତର ଅସୁସ୍ଥ ରୋଗୀଙ୍କୁ କଟକ ସ୍ଥାନାନ୍ତର ପାଇଁ ମିଳୁନଥିଲା ଆମ୍ବୁଲାନ୍ସ । ବିଳମ୍ବ ହେଲେ ଜୀବନ ଚାଲିଯିବାର ଭୟ । ଡାକ୍ତର ବାରମ୍ବାର ଫୋନ କରିବା ସତ୍ୱେ ଆସୁନଥିଲା ଆମ୍ବୁଲାନ୍ସ । ଆଉ ଏହାପରେ କନକ ନ୍ୟୁଜ ଆରମ୍ଭ କରିଥିଲା ଚେଷ୍ଟା । କିଛି ଘଂଟା ବିଳମ୍ବରେ ହେଉ ପଛେ ଡାକ୍ତରଖାନା ଆସିଥିଲା ଆମ୍ବୁଲାନ୍ସ । ଆଉ କଟକରେ ପହଂଚିଥିଲେ ଗୁରୁତର ଅସୁସ୍ଥ ରୋଗୀ ।

ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଏହି ବୃଦ୍ଧ । ବିହାରରୁ ଆସି ଭଦ୍ରକରେ ଫେରି କରୁଥିବା ବୁଦ୍ଧୟନ ସାହା ଗୁରୁତର ଭାବେ ଅସୁସ୍ଥ । ଅଣ୍ଡକୋଷରେ ସଂକ୍ରମଣ ଯୋଗୁଁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜକୁ ରେଫର କରିଛନ୍ତି ଡାକ୍ତର । ହେଲେ ଭଦ୍ରକ ସହରରେ ଅଶାନ୍ତିର ନିଆଁ ଜଳିବା ପରେ କର୍ଫ୍ୟୁ ଜାରି କରିଛି ପ୍ରଶାସନ । ଆଉ ଏପରି ସ୍ଥିତିରେ ବୁଦ୍ଧୟନଙ୍କୁ ସ୍ଥାନାନ୍ତର କରିବାକୁ ମିଳିନଥିଲା ଆମ୍ବୁଲାନ୍ସ । ସବୁଠାରୁ ବଡ କଥା ହେଉଛି ଖୋଦ ଡାକ୍ତର ବାରମ୍ବାର ୧୦୮ ଆମୁଲାନ୍ସକୁ ଫୋନ କରିଥିଲେ ମଧ୍ୟ ଦଙ୍ଗାର ଆଳ କରି ଆସିବାକୁ ରାଜି ହୋଇନଥିଲେ ଆମ୍ବୁଲାନ୍ସ ଡ୍ରାଇଭର ।

ଭଦ୍ରକରେ ହିଂସା ପରବର୍ତି ରିପୋର୍ଟିଂ କରିବାକୁ ଯାଇଥିବା କନକ ନ୍ୟୁଜ ଟିମ୍ ନଜରକୁ ଏଭଳି ସମ୍ବେଦନଶୀଳ ଖବର ଆସିବା ପରେ ସଙ୍ଗେସଙ୍ଗେ ସହାୟତାର ହାତ ବଢାଇଥିଲୁ ଆମେ । ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ଆମ ପ୍ରତିନିଧି ସତ୍ୟଜିତ ସେଣ । ଆଉ ଗଣମାଧ୍ୟମର ହସ୍ତକ୍ଷେପ ପରେ ବୁଦ୍ଧୟନଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-