କନକ ବ୍ୟୁରୋ : ଭବାନୀପାଟଣା-ଖଡିଆଳ ୧୬ ନମ୍ବର ରାଜ୍ୟରାଜପଥ ବୋର୍ଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କନ୍ୟାଯାତ୍ରୀ ଯାଉଥିବା ସମୟରେ ଓଲଟି ପଡିଲା ୪୦୭ ଟ୍ରକ୍ । ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ବୋର୍ଡା ସିଏଚସିରେ ଭର୍ତି କରାଯାଇଥିଲା ପରେ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଖଡିଆଳ ବ୍ଲକ୍ ନେହେନା ରାଣୀପୁରର କନ୍ୟାଯାତ୍ରୀ ସାପସିଲେଟ ଗାଁରେ କନ୍ୟାକୁ ଛାଡିବା ପରେ ଭୋଜି ଖାଇ ୪୦୭ ଟ୍ରକରେ ଘରକୁ ଫେରୁଥିଲେ । ୪୦ ଜଣରୁ ଅଧିକ ଲୋକଙ୍କୁ ନେଇ ଆସୁଥିବା ଗାଡିଟି ବୁଲାଣୀ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଡ୍ରାଇଭର ପ୍ରଚୁର ମଦ୍ୟପାନ କରିଥିବା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି ।