ଡେଙ୍ଗୁ-ମ୍ୟାଲେରିଆ ଯୋଗୁଁ ଆପଣଙ୍କ ଶରୀରରୁ ପ୍ଲେଟଲେଟ୍ସ କମିଯାଇଛି କି ? ତେବେ ଖାଦ୍ୟରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

72

ପରିବର୍ତ୍ତିତ ଋତୁରେ ଡେଙ୍ଗୁ, ମ୍ୟାଲେରିଆ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପେ । ବିଶେଷ କଥା ଏହା ଯେ, ଏହି ସାଂଘାତିକ ରୋଗରୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା କଠିନ ହୋଇଥାଏ । ଡେଙ୍ଗୁ ସମୟରେ ଶରୀରର ବ୍ଳଡ୍ ପ୍ଲେଟଲେଟ୍ସ ଦ୍ରୁତ ଗତିରେ ହ୍ରାସ ପାଏ । ଯାହାକୁ ଭୋଜନରେ ଏହି ୪ଟି ଜିନିଷ ସାମିଲ କରି ଆପଣ ସୁସ୍ଥ ସବଳ ହୋଇପାରିବେ ।

ବିଟ୍ ଓ ଗାଜର : ଦୁଇରୁ ତିନି ଚାମଚ ବିଟ୍ ରସକୁ ଗୋଟିଏ ଗ୍ଲାସ ଗାଜର ରସରେ ମିଶାଇ ପିଇଲେ ବ୍ଲଡ ପ୍ଲେଟଲେଟ୍ସ ଦ୍ରୁତ ଗତିରେ ବଢ଼େ ।

ଅମୃତଭଣ୍ଡା ଓ ତା ପତ୍ରର ରସ : ଶରୀରର ପ୍ରତିରୋଧକ କ୍ଷମତା ଓ ବ୍ଲଡ ପ୍ଲେଟଲେଟ୍ସର ରିକଭରି ପାଇଁ ଅମୃତଭଣ୍ଡା ବା ଏହାର ପତ୍ରର ରସ ବହୁତ ଲାଭକାରୀ ।

କଖାରୁ : କଖାରୁର ଅଧା ଗ୍ଲାସ ଜୁସ୍ ରେ ଦୁଇ ଚାମଚ ମହୁ ମିଶାଇ ଦିନକୁ ଦୁଇ ଥର ନେବା ଦ୍ୱାରା ରକ୍ତରେ ପ୍ଲେଟଲେଟ୍ସର ସଂଖ୍ୟା ବଢ଼େ ।

ନାଲି ଫଳ ଓ ପନିପରିବା : ଟମାଟୋ, ତରଭୁଜ, ଚେରୀ ଆଦି ଫଳ ଓ ପନିପରିବାରେ ଭିଟାମିନ୍ ଓ ଧାତବ ଲବଣ ସହିତ ଆଣ୍ଟି ଅକ୍ସିଡାଣ୍ଟ ଭଲ ମାତ୍ରାରେ ଥାଏ । ଏହା ରକ୍ତରେ ପ୍ଲେଟଲେଟ୍ସର ମାତ୍ରାକୁ ବଢ଼ାଇବାରେ ସହାୟତା କରେ ।