ସିଲ୍କ ସିଟିରେ ଆଇପିଏଲ ସଟ୍ଟାବଜାର : ଜଣେ ଗିରଫ, ୭ ଲକ୍ଷରୁ ଅଧିକ ଟଙ୍କା, ସୁନା ଜବତ

37

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍: ସିଲ୍କସିଟିରେ ସଟ୍ଟାବଜାର । ପୁଣି ଧରାପଡିଲା ଆଇପିଏଲରେ ବେଟିଂ । ବେଟିଂ ଅଭିଯୋଗରେ ପୁଲିସ ଜଣେ ବୁକିକୁ ଗିରଫ କରିଛି । ଆଜି ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ବଡବଜାର ଥାନା ପିତାଗୁଣ୍ଡି ସାହିରେ ଚଢଉ କରିଥିଲା ପୁଲିସ । ତାଙ୍କଠାରୁ ୭ ଲକ୍ଷରୁ ଅଧିକ ଟଙ୍କା, ୧୭୫ ଗ୍ରାମ ସୁନା ଓ ୧୦ଟି ମୋବାଇଲ ବି ଜବତ କରିଛି ପୁଲିସ । ଘଟଣାର ଅଧିକ ତଦନ୍ତ ଜାରି ରହିଛି । ବ୍ରହ୍ମପୁରରେ ଆଇପିଏଲ୍ ମ୍ୟାଚରେ ବେଟିଂ ନେଇ ପୂର୍ବରୁ ବି ଅଭିଯୋଗ ହୋଇଥିଲା । ପୁଲିସ ଲାଂଜିପଲ୍ଲୀ ଅଂଚଳରୁ ୨ ଜଣଙ୍କୁ ଗିରଫ କରିଥିଲା । ତାଂକଠାରୁ ୧୧ ଲକ୍ଷଟଙ୍କା , ସୁନା ଅଳଙ୍କାର ଓ ୧୦ ରୁ ଅଧିକ ମୋବାଇଲ୍ ଜବତ କରିଥିଲା ।