ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର : ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ସାହୁ ଓ ତାର ସହଯୋଗୀ ଗୁରୁତର

53

କନକ ବ୍ୟୁରୋ: ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ମୁନା ସାହୁ ବ୍ରହ୍ମପୁର ପୁଲିସ୍ ଏନକାଉଁଟରରେ ଆହତ ହୋଇଛି । ମୁନାର ଜଣେ ସହଯୋଗୀ ରାଧାକୃଷ୍ଣ ସାହୁ ମଧ୍ୟ ଗୁଳି ମାଡ଼ରେ ଆହତ ହୋଇଛି ।

ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୪ରାଉଣ୍ଡ ଗୁଳି ଓ ୩ଟି ବୋମା ଜବତ କରିଛି ପୁଲିସ୍ । ତେବେ ମୁନା ଗତକାଲିର ବୋମାମାଡ଼ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଛି ।

ଗତକାଲି ମଧ୍ୟ ଗଂଜାମ ପୁଲିସ ଗୁଳିରେ ଘାଇଲା ହୋଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକ । ଗଂଜାମ ଆସିକା କରଞ୍ଜେଇ ନିକଟରେ ପୁଲିସ ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକ ଆହତ ହୋଇଥିଲା।

ଅନନ୍ତର ଡାହଣ ଗୋ ଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନନ୍ତ ଠାରୁ ମାଉଜର, ଦୁଇଟି ଗୁଳି ଓ ବାଇକ ଜବତ ମଧ୍ୟ କରିଥିଲା ପୁଲିସ୍ । ତେବେ ତା ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧୀକ ମାମଲା ରହିଛି ।