ବାଦାମକୁ ଖାଲି ଟାଇମ୍ ପାସ୍ ସ୍ନାକ୍ସ ଭାବନ୍ତୁନି :  ଏହାକୁ ନିତି ଖାଇଲେ ସ୍ୱାସ୍ଥ୍ୟ ପାଇଁ ଭଲ 

85

ମୌସମ ଥଣ୍ଡା ହେଉ କିମ୍ବା ଗରମ ବାଦାମ ଖାଇବାକୁ ସମସ୍ତେ ଭଲ ପାଆନ୍ତି । ଏଥିପାଇଁ କୌଣସି ସମୟ ଧାର୍ଯ୍ୟ କରିବାକୁ ପଡ଼େନାହିଁ । କିନ୍ତୁ ବିଶେଷ କରି ଶୀତଦିନରେ ଏହାକୁ ଖାଇବାକୁ ଅଧିକ ଭଲ ଲାଗିଥାଏ । ତେଣୁ ଅଧିକାଂଶ ସମୟରେ ଟାଇମ୍ ପାସ କରିବା ପାଇଁ ଏହାକୁ ସମସ୍ତେ ଖାଇଥାନ୍ତି । କିନ୍ତୁ ଏହାର ଏଭଳି କିଛି ଫାଇଦା ରହିଛି ଯାହା ବିଷୟରେ ଜାଣିବା ପରେ ଆପଣ ଏହାକୁ ଟାଇମ ପାସ ସ୍ନାକ୍ସ ବୋଲି କହି ପାରିବେନି ।

ବାଦାମରେ ବହୁ ପରିମାଣରେ ଭିଟାମିନ, ଆଂଟି ଅକ୍ସିଡାଂଟ ଏବଂ ମିନେରାଲସ ଭରି ରହିଥାଏ । ଏଥିରେ ଥିବା ଭିଟାମିନ-ଇ ଖୁବ ଉପକାରୀ ଆଂଟି ଅକ୍ସିଡାଂଟ । ଏହା ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ତେଣୁ ଶୀତଦିନେ ତ୍ୱଚାକୁ ସୁନ୍ଦର ରଖିବା ପାଇଁ ବାଦାମ ଖାଇବା ନିହାତି ଦରକାର ।

ଏଥିରେ ପ୍ରଚୁର ପରିମାଣରେ ଫୋଲେଟ ରହିଥାଏ ଯାହାକୁ ଗର୍ଭବତୀ ମହିଳାମାନେ ଖାଇବା ନିହାତି ଦରକାର । କାରଣ ଏହା ଶରୀରରେ କୋଷିକା ବିଭାଜନରେ ଖୁବ ସାହାଯ୍ୟ କରିଥାଏ । ଏହା ସହିତ ଗର୍ଭରେ ଥିବା ଶିଶୁର ମସ୍ତିଷ୍କ ସମ୍ବଦ୍ଧୀୟ ସମସ୍ୟା ମଧ୍ୟ ଦୂର କରିଥାଏ । ବାଦାମରେ ଥିବା ପ୍ରୋଟିନ ଶରୀର ବିକାଶରେ ଖୁବ ମାତ୍ରାରେ ସାହାଯ୍ୟ କରିଥାଏ । ତେଣୁ କେବଳ ଛୋଟ ପିଲାଙ୍କ ପାଇଁ ନୁହେଁ ବରଂ ବଡି ବିଲଡରଙ୍କ ପାଇଁ ମଧ୍ୟ ଏହା ଉପଯୁକ୍ତ ।

ବାଦାମରେ ଭିଟାମିନ-ଇ ର ସ୍ରୋତ ରହିଥାଏ, ତେଣୁ ଏହାକୁ ଖାଇବା ଦ୍ୱାରା ସ୍ମୃତି ଶକ୍ତିର ବୃଦ୍ଧି ଘଟିଥାଏ । ଏହା ବ୍ୟତୀତ ଏଥିରେ ଭିଟାମିନ-ବି କମ୍ପେ୍ଲକ୍ସ ମଧ୍ୟ ରହିଥାଏ । ଏଥିରେ ଏକ ପ୍ରକାର ଆମିନୋ ଏସିଡ ରହିଥାଏ, ଯାହାକୁ ଖାଇବା ଦ୍ୱାରା ଅବସାଦ ମଧ୍ୟ ଦୂର ହୋଇଥାଏ ।