ତରଭୁଜ ମଂଜି ବହୁତ ରୋଗର ନିରାକରଣ କରିଥାଏ   : ଜାଣନ୍ତୁ ଏହାର ଅନେକ ଉପକାରୀ ଗୁଣ ବିଷୟରେ 

40

ତରଭୁଜ ଯେ ଜଳରେ ଭରପୁର ଏହା ସମସ୍ତେ ଜାଣନ୍ତି । କିନ୍ତୁ ଏହା ମଧ୍ୟରେ ଥିବା ମଂଜିର ଫାଇଦା ବିଷୟରେ ଖୁବ କମ ଲୋକ ଜାଣନ୍ତି । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ।

• ତରଭୁଜର ମଂଜିକୁ ମିଠା ତିଆରି କରିବାରେ ବ୍ୟବହାର କରାଯାଏ, ଯାହା ଦ୍ୱାରା ଏହାର ସ୍ୱାଦ ବଢିଥାଏ । କାରଣ ଏହା ଯେତିକି ସ୍ୱାଦିଷ୍ଟ ସେତିକି ହିତକାରୀ ମଧ୍ୟ ।

• ତରଭୁଜ ମଂଜିରେ ଓମେଗା ଥ୍ରୀ ଏସିଡ ଭରପୁର ମାତ୍ରାରେ ରହିଥାଏ । ଯାହା ହୃଦୟ ସହିତ ଜଡ଼ିତ ସମସ୍ୟାରୁ ମୁକ୍ତି ଦେଇଥାଏ।

• ତରଭୁଜ ମଂଜିରେ ଅଧିକ ମାତ୍ରାରେ ଭିଟାମିନ ଏ ଓ ସି ରହିଥାଏ । ଏଥିରେ ଥିବା ଭିଟାମିନ ଏ ଆଖି ପାଇଁ ଲାଭଦାୟକ ହୋଇଥାଏ ।

• ଏହା ମଧ୍ୟରେ ଏଭଳି ଖଣିଜ ପଦାର୍ଥ ରହିଥାଏ ଯାହା ଆସିଡିଟି ଭଲ କରେ ଏବଂ ପାଚନ ପ୍ରକ୍ରିୟା ନିୟନ୍ତ୍ରଣ କରିଥାଏ ।

• ଟାଇପ-ଟୁ ମଧୁମେହରେ ତରଭୁଜ ଲାଭଦାୟକ ହୋଇଥାଏ । ନିୟମିତ ଭାବରେ ଖାଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ ଏବଂ ମଧୁମେହ ହୋଇନଥିବା ବ୍ୟକ୍ତିଙ୍କ ପାଇଁ ଏକ ପ୍ରତିରୋଧକ ଭାବରେ କାର୍ଯ୍ୟ କରିଥାଏ ।

• ଏଥିରେ ୩ରୁ ୬ ପ୍ରତିଶତ ପ୍ରୋଟିନ ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ପ୍ରୋଟିନର ଅନୁପସ୍ଥିତି ପୂରଣ ହୋଇଥାଏ । କାରଣ ମାଂସପେଶୀ ନିର୍ମାଣରେ ପ୍ରୋଟିନର ଆବଶ୍ୟକତା ରହିଛି ।

• ତରଭୁଜରେ ଖୁବ କମ ପରିମାଣର ସୋଡିୟମ ରହିଛି । ଏହା ଫ୍ୟାଟ ଏବଂ କୋଲେଷ୍ଟ୍ରଲ ଠାରୁ ମଧ୍ୟ ବହୁ ଦୂରରେ ।ଯାହା ଦ୍ୱାରା ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ ।