ଅଫିସରେ ବସି କାମ କରୁଥିବା ଲୋକଙ୍କ ପାଇଁ ନିଆରା ଯୋଗ : ପିଠି ଓ ଅଣ୍ଟା ବ୍ୟଥା କରିବ ଦୂର

70

ଅଫିସରେ ଘଣ୍ଟା ଘଣ୍ଟା ବସି କାମ କରିବା ଦ୍ୱାରା ମନ ଓ ଶରୀର ପ୍ରଭାବିତ ହୋଇଥାଏ । ଆୟୁଷ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟ୍ ମୁତାବକ ଶରୀରର ଭିନ୍ନ ଭିନ୍ନ ଭାଗରେ ବ୍ୟଥା ହୋଇଥାଏ । ଚିନ୍ତା ଏବଂ ଅବସାଦ ବି ବଢ଼ିଯାଏ । ଏମିତିରେ ଡେସ୍କଟପ୍ ଯୋଗ ରାମ ବାଣ ଚିକିତ୍ସା ।

ଆପଣ ଆପଣଙ୍କ କାମ ମଝିରେ କିଛି ସମୟ ବାହାର କରି ନିଜ ଚୈାକିରେ ବସି ବସି ଆଗକୁ ନଇଁବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ହାତ ଦ୍ୱାରା ଗୋଡକୁ ଛୁଇଁବାକୁ ଚେଷ୍ଟା କରନ୍ତୁ । ୨ରୁ୩ ମିନିଟ୍ ଏହି ଯୋଗ ଦ୍ୱାରା ଶରୀରରେ ହେଉଥିବା ଆକସ୍ମିକ ଯନ୍ତ୍ରଣା ଦୂର ହେବ । ଏହା ସହିତ ଗଳାକୁ ବି ଆରାମ ମିଳିବ ।

ବେଳେବେଳେ ଲଗାତାର ମାଉସ୍ କିମ୍ବା କିବୋର୍ଡ ଉପରେ କାମ କରି କରି ବାନ୍ଧି ହୋଇଯାଏ । ଲମ୍ବା ସମୟ ଧରି ହାତର ଗଣ୍ଠି ବ୍ୟଥା ହୁଏ । ଏମିତିରେ ଚୈାକିରେ ବସି ଦୁଇଟି ହାତକୁ ପଛ ପଟକୁ ବୁଲାଇବାକୁ ଚେଷ୍ଟା କରନ୍ତୁ । ଚେୟାରରେ ବସି କି ହାଲୁକାରେ ଆଗ ପଟକୁ ନଇଁବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ଆପଣଙ୍କ ଗୋଟିଏ ହାତ ପାଦକୁ ଛୁଇଁବା ଦରକାର, ତେବେ ଅନ୍ୟଟି ସୀଧା ଉଠିବା ଦରକାର । ଏମିତିରେ ମେରୁଦଣ୍ଡର ହାଡ ଏବଂ ଅଣ୍ଟା ଆଦିରେ ହେଉଥିବା ଯନ୍ତ୍ରଣା ଦୂର ହେବ । ଏହା ସହିତ ପଞ୍ଜରାହାଡକୁ ବି ଆଶ୍ୱସ୍ଥି ମିଳିବ ।

ହାତ, ଗୋଡ ଏବଂ ପିଠିକୁ ଏକା ସାଙ୍ଗରେ ଆରାମ ଦେବା ପାଇଁ ଏହି ଡେସ୍କଟପ୍ ଯୋଗ ସହଜରେ କରାଯାଇପାରିବ । ଏହା ଦ୍ୱାରା ଶରୀରର ପ୍ରତ୍ୟେକ ଅଙ୍ଗକୁ ଏକା ସାଙ୍ଗରେ ରକ୍ତ ପ୍ରବାହ ହେବ । ଏହା ସହିତ ଆପଣ ଆଖି କୁ ବି ବନ୍ଦ ଓ ଖୋଲା କରିପାରିବ ।