ଶୀତ ଋତୁରେ ସୂର୍ଯ୍ୟକିରଣ ଅନେକ ରୋଗରୁ ମୁକ୍ତି ଦେଇଥାଏ ! ଜାଣନ୍ତୁ ଏହାର ଉପକାରୀତା

70

ଶୀତ ଋତୁର ଆଗମନ ହେବା ସଙ୍ଗେ ଚାରିଆଡେ ଶୀତର ପ୍ରଭାବ ଅନୁଭୂତ ହେଲାଣି । ଏହି ଋତୁରେ ଲୋକେ ଖରାର ଉତ୍ତାପକୁ ଖୁବ୍ ମନଭରି ଉପଭୋଗ କରିଥାନ୍ତି । କାରଣ ଏହି ଋତୁରେ ଖରାର ମଜା କିଛି ଅଲଗା ଅନୁଭବ କରାଇଥାଏ । ଖରାରୁ କେବଳ ଭିଟାମିନ-ଡି ମିଳେ ନାହିଁ, ମାତ୍ର ଏଥିରୁ ଶରୀର ମଧ୍ୟରେ ଅନେକ ଲାଭ ମଧ୍ୟ ମିଳିଥାଏ । ଆସନ୍ତୁ ଜାଣିବା ଶୀତ ଦିନେ ଖରାରୁ ଶରୀରକୁ କିଭଳି ଫାଇଦା ମିଳିଥାଏ :

୧. ପ୍ରାୟତଃ ସମସ୍ତଙ୍କୁ ଜଣା କି ଖରାରୁ ଶରୀରକୁ ଭରପୂର ମାତ୍ରାରେ ଭିଟାମିନ-ଡି ମିଳିଥାଏ, ଯାହା ହାଡକୁ ମଜଭୂତ କରିବାରେ ସାହାଯ୍ୟ କରିଥାଏ । ଏହାସହ ଖରା ଉତ୍ତାପରୁ ଗଣ୍ଠି ଦରଜ ଏବଂ ଶୀତ ଦିନେ ହେଉଥିବା ଶରୀର ବ୍ୟଥାରୁ ମଧ୍ୟ ମୁକ୍ତି ମିଳିଥାଏ ।

୨. ଖରା ଶେକରୁ ଆମର ଶରୀରରେ ମେଲାଟୋନିନ ପ୍ରସ୍ତୁତ ହୋଇଥାଏ । ଏହି ହର୍ମୋନର ଅବସ୍ଥିତି ଯୋଗୁଁ ଭଲ ନିଦ ହୋଇଥାଏ । ଏହାସହ ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ ।

୩. ଖରାରେ ବସିବା ଦ୍ୱାରା ଶରୀରରେ ଥିବା କୋଲେଷ୍ଟ୍ରୋଲର ମାତ୍ରା ହ୍ରାସ ପାଇଥାଏ, ଯାହା ଓଜନ ଘଟାଇବାରେ ସାହାଯ୍ୟ କରିଥାଏ ।

୪. ଯଦି ଶରୀରରେ କୌଣସି ପ୍ରକାରର ଫଙ୍ଗାଲ ଇନଫେକ୍ସନ ହୋଇଥାଏ ତେବେ ଖରାରେ ନିହାତି ବସନ୍ତୁ । କାରଣ ଖରାରେ ବସିବାଦ୍ୱାରା ବ୍ୟାକଟେରିଆ ସମ୍ପର୍କିତ ଇନଫେକ୍ସନ ହ୍ରାସ ହୋଇଥାଏ । ତେଣୁ ଖରା ତ୍ୱଚା ଜନିତ ସମସ୍ୟାରୁ ମୁକ୍ତି ଦେବା ଲାଗି ବହୁ ଉପକାରୀ ଅଟେ ।

୫. ସୂର୍ଯ୍ୟଙ୍କ କିରଣମଧ୍ୟରେ ଜଣ୍ଡିସ ଭଳି ରୋଗ ନିୟନ୍ତ୍ରଣ କ୍ଷମତା ରହିଛ, ତେଣୁ ଜଣ୍ଡିସ ଆକ୍ରାନ୍ତ ଥିବା ବ୍ୟକ୍ତି ଖରାରେ ନିହାତି ବସିବା ଜରୁରୀ ।

୬. ଗର୍ଭାବସ୍ଥାରେ ଖରାରେ ବସିବାଦ୍ୱାରା ଶିଶୁର ଭଲ ବିକାଶ ହୋଇଥାଏ ।

୭. ସୂର୍ଯ୍ୟଙ୍କ କିରଣରୁ ଉତ୍ପନ ହେଊଥିବା ଅତି ବାଇଗଣୀ ରଶ୍ମୀ ଶରୀରର ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ହୋଇଥାଏ । ଯାହା ଆମକୁ ଅନେକ ପ୍ରକାର ରୋଗରୁ ରକ୍ଷା କରିଥାଏ ।

୮. ଖରାରେ ବସିବାଦ୍ୱାରା ରକ୍ତ ଜମାଟ ବାନ୍ଧିବା ସମସ୍ୟା ହୋଇନଥାଏ । ଯେଉଁ କାରଣରୁ ଶରୀରରେ ରକ୍ତ ସଂଚାଳନ ଠିକ୍ ଭାବେ ହୋଇଥାଏ । ଏହାଦ୍ୱାରା ହୃଦରୋଗୀ ଏବଂ ମଧୁମେହ ରୋଗୀ ଖୁବ୍ ଫଳପ୍ରଦ ହୋଇଥାଆନ୍ତି ।