କନକ ବ୍ୟୁରୋ:ଚଳିତ ଓଡିଶା ବିଶ୍ୱକପ ହକି ବିଶ୍ୱକପର ଉଭୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଅପରାହ୍ନ ୪ଟାରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଭେଟିଥିଲା ବେଲଜିୟମ । ସଂଧ୍ୟା ୬ଟା ୩୦ରେ ହେବ ଅଷ୍ଟେଲିଆ ଓ ନେଦରଲାଣ୍ଡ ମଧ୍ୟରେ ହୋଇଥିଲା ମହା ମୁକାବିଲା ।

Advertisment

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଶନିବାର ବେଲଜିୟମ ୬-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିବା ବେଲଜିୟମ୍‌ ପ୍ରଥମ କ୍ୱାର୍ଟରରେ ଗୋଟିଏ ଗୋଲ ଦେଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ପୁଣି ଏକ ଗୋଲ ଦେଇ ଥିଲା। ବେଲଜିୟମ୍‌ର ଖେଳାଳିମାନେ ୩ୟ କ୍ୱାର୍ଟର ବେଳକୁ ଆହୁରି ଆକ୍ରମଣତ୍ମକ ହୋଇ ଯାଇଥିଲେ। ତୃତୀୟ କ୍ୱାର୍ଟରେ ପୁଣି ୨ଟି ଗୋଲ ଦେଇ ମ୍ୟାଚକୁ ୪-୦ରେ ଅଗ୍ରଣୀଲାଭ କରିଥିଲେ। ଶେଷରେ ଇଂଲଣ୍ଡକୁ ୬-୦ ଗୋଲରେ ପରାସ୍ତ କରି ହକି ବିଶ୍ୱକପ୍‌ର ଚତୁର୍ଦ୍ଦଶ ସଂସ୍କରଣର ଫାଇନାଲରେ ପହଞ୍ଚିଛି। ଡିସେମ୍ବର ୧୬ରେ ଫାଇନାଲ ମ୍ୟାଚରେ ବେଲଜିୟମ ଆଜି ସନ୍ଧ୍ୟା ୬ଟା ୩୦ରେ ନେଦରଲାଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ମୁକାବିଲାର ବିଜେତାକୁ ଭେଟିବ।

ଦର୍ଶକ ପୂର୍ଣ୍ଣ କଳିଙ୍ଗ ହକି ଗ୍ରାଉଣ୍ଡରେ ବେଲଜିୟମ୍‌ ଠାରୁ ୬-୦ ଗୋଲରେ ପରାସ୍ତ ହେବା ପରେ ମଧ୍ୟ ଇଂଲଣ୍ଡର ବିଶ୍ୱକପ୍‌ ଅଭିଯାନ ଶେଷ ହୋଇ ନାହିଁ। ଇଂଲଣ୍ଡ ରବିବାର ଫାଇନାଲ ମ୍ୟାଚ ପୂର୍ବରୁ ଅପରାହ୍ନ ୪ଟାରେ ୩ୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡସ୍‌ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚର ପରାଜିତ ଟିମ୍‌କୁ ମୁକାବିଲା କରିବ।

ତେବେ ବିଶ୍ୱକପ ଇତିହାସରେ ଇଂଲଣ୍ଡ ଓ ବେଲଜିୟମ ସଫଳ ଦଳ ନୁହନ୍ତି । ରିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ବେଲଜିୟମ ପ୍ରଥମ ଥର ସେମିଫାଇନାଲକୁ ଯାଇଛି । ସେହିଭଳି ବିଶ୍ୱକପରେ ଇଂଲଣ୍ଡ ଥରେ ମାତ୍ର ପଦକ ଜିତିଛି । ୩୨ ବର୍ଷ ତଳେ ୧୯୮୬ ମସିହାରେ ଆୟୋଜକ ଭାବେ ରୌପ୍ୟରେ ସୀମିତ ରହିଥିଲା ଇଂଲଣ୍ଡ । କ୍ରସ ଓଭର ନ ଖେଳି ସେମିଫାଇନାଲ ପଂହଚିଥିବା ଏକମାତ୍ର ଦେଶ ହେଉଛି ଅଷ୍ଟ୍ରେଲିଆ । ୧୯୭୮ ମସିହାରୁ ପ୍ରତିଥର ସେମିଫାଇନାଲ ଖେଳି ଆସୁଥିବା ଅଷ୍ଟ୍ରେଲିଆକୁ ହରାଇବା ନିଶ୍ଚିତ ଭାବେ କଷ୍ଟକର ବ୍ୟାପାର ହେବ ।