ବେଲବାହାଳି କୁଶେଇ ସେତୁ ନିର୍ମାଣର ଦ୍ୱିତୀୟ ଦିନ : ଆଜି ସେତୁ ନିର୍ମାଣକୁ ବିରୋଧ କରିନାହାଁନ୍ତି ଗ୍ରାମବାସୀ

2

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବେଲବାହାଳିଠାରେ କୁଶେଇ ସେତୁ ନିର୍ମାଣର ଆଜି ଦ୍ୱିତୀୟ ଦିନ । ସେତୁ ନିର୍ମାଣ କାମ ଆରମ୍ଭ ହେବା ପରେ ଗାଁଲୋକେ ଏହାକୁ ବିରୋଧ କରିନାହାଁନ୍ତି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରସ୍ତାବିତ ସେତୁ ନିର୍ମାଣ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ପ୍ରଥମେ ଗତକାଲି ସେତୁ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଥିବାବେଳେ ପରେ ନିର୍ମାଣ କାମକୁ ବିରୋଧ କରିନାହାଁନ୍ତି । ଗତକାଲି ଗ୍ରାମବାସୀ ବିରୋଧ କରିଥିବାରୁ ବେଲବାହାଳି ବଜାରରେୁ ୧୪୪ଧାରା ଜାରି କରାଯାଇଥିଲା । ଗତ ବର୍ଷ ଜୁଲାଇ ମାସରେ ସେତୁ ନିର୍ମାଣକୁ ବିରୋଧ କରିବାରୁ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା

Comments are closed.