ମାୟାନଗରୀ ହାଲ୍ ଏବେ ବେହାଲ୍ ! ନାଳରୁ ବାହାରୁଛି ଖଟ,ଗଦି ଏବଂ ଆଲମାରୀ , ବର୍ଷାରେ ଉବୁଟୁବୁ ହେଉଛନ୍ତି ମୁମ୍ବାଇବାସୀ ।

262

ଭୀଷଣ ବର୍ଷା ହେବା କାରଣରୁ ମାୟାନଗରୀ ମୁମ୍ବାଇର ହାଲ୍ ଏବେ ବେହାଲ୍ । ଜୁଆଡେ ଦେଖ ଖାଲି ପାଣି ହିଁ ପାଣି । ରାସ୍ତା ପାଲଟିଛି ପୋଖରୀ । ପାଣି ବଢିବାର ସବୁଠାରୁ ବଡ କାରଣ ହେଉଛି ମୁମ୍ବାଇର ଛୋଟ ନାଳ ଜାମ୍ ହେବା । ନାଳ ସଫେଇ ସମୟରେ ଖଟ,ଆଲମାରୀ ଏବଂ ଗଦି ଭଳି ଆସବାବପତ୍ର ବାହାରୁଛି । ତେବେ ମୁମ୍ବାଇ ବିଏମସି ପକ୍ଷରୁ ଏବେ ନାଳରେ ଏଭଳି ଆସବାବପତ୍ର ପକାଉଥିବା ଲୋକଙ୍କ ଉପରେ ଜରିମାନା ଲଗାଇବାକୁ ନିଷ୍ପତ୍ତି ନେଇଛି । ପ୍ରତିବର୍ଷ ବର୍ଷାଦିନରେ ମୁମ୍ବାଇର ଅନେକ ଅଞ୍ଚଳରେ ପାଣି ଜମିଯାଏ । ନାଳରେ ଟେବୁଲ୍ ,ଗଦି, ଆଲମାରୀ ଭଳି ସାମଗ୍ରୀ ପକାଉଥିବାରୁ ଏହା ଜାମ୍ ହୋଇ ପାଣି ରାସ୍ତାକୁ ଚାଲିଆସୁଛି ଯେଉଁଥିପାଇଁ ଲୋକଙ୍କ ଦୈନନ୍ଦିନ ଜୀବନ ପାଣି ପାଣି ହୋଇଯାଉଛି ।

ବିଏମସି ତରଫରୁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ନାଳରୁ ବାହାରୁଥିବା ସାମଗ୍ରୀର ଫଟୋ ଏବେ ଚାରିଆଡେ ଲଗାଯାଉଛି । ଏହି ଫଟୋ ଦେଖି ଲୋକ ସଚେତନ ହୋଇ ପୁନଶ୍ଚ ଏଭଳି ଭୁଲ୍ ନ କରିବେ ବୋଲି ଆଶା କରାଯାଉଛି । ସଫେଇ କର୍ମୀଙ୍କୁ ନାଳରୁ ବଡ ବଡ ଆସବାବପତ୍ର ମିଳୁଛି । ଏବେ ନାଳରେ କେହି ଆସବାବପତ୍ର ପକାଇଲେ ଜରିମାନା ଲାଗିବା ସହ ଜେଲଦଣ୍ଡ ଭଳି ଦଣ୍ଡ ଭୋଗିବେ ଦୋଷୀ ।