ସେକେଣ୍ଡ ହ୍ୟାଣ୍ଡ ମୋବାଇଲ୍ କିଣୁଛନ୍ତି କି ? ଏହି ସବୁ ଦିଗ ଉପରେ ଟିକେ ନଜର ପକାନ୍ତୁ ।

58

ବିଲ୍ ,ବକ୍ସ ଓ ଆକ୍ସେସରିଜ୍ – ଯେଉଁ ବ୍ୟକ୍ତି ଠାରୁ ସେକେଣ୍ଡ୍ ହ୍ୟାଣ୍ଡଫୋନ୍ କିଣୁଛନ୍ତି ତାଙ୍କ ଠାରୁ ବିଲ୍ ଆଣିବାକୁ ଭୁଲନ୍ତୁ ନାହିଁ । ଏହା ଦ୍ୱାରା ଫୋନ୍ ଟି ଚୋରା କି ନୁହେଁ ସହଜରେ ଜାଣି ହେବ । ବିଲ୍ ଥିଲେ ଫୋନ୍ ଟିକୁ ପୁଣି ଥରେ ବିକ୍ରି କରିପାରିବେ । ଯଦି ଫୋନଟିର ଅରିଜିନାଲ୍ ଆକ୍ସେସରିଜ ମିଳିନାହିଁ ତେବେ ଟଙ୍କା କମ୍ କରି ଦିଅନ୍ତୁ ।

ଚୋରି ହୋଇଥିବା ଫୋନ୍ ନୁହେଁ ତ – ଏମିତି ଅନେକ ଥର ହୋଇଥାଏ ଯେ ସେକେଣ୍ଡ ହ୍ୟାଣ୍ଡ ଫୋନ୍ ବିକ୍ରି କରୁଥିବା ଲୋକ ଆପଣଙ୍କୁ ଚୋରି ହୋଇଥିବା ଫୋନ୍ ମଧ୍ୟ ଦେଇ ଦେଇଥାଏ । ସେଥିପାଇଁ କିଣିବା ପୂର୍ବରୁ ଫୋନର ବକ୍ସ ଦେବାକୁ କହିବେ । ଯଦି ବକ୍ସ ନଥିବ ତେବେ (ଷ୍ଟାର୍ ହ୍ୟାଚ୍ ଜିରୋ ସିକ୍ସ ହ୍ୟାଚ୍) କୁ କଲ୍ କରି (ଆଇଏମଇଆଇ) ନଂ ଚେକ୍ କରନ୍ତୁ । ଏହାପରେ ସେହି ନଂକୁ (ଆଇଏମଇଆଇଡିକ୍ଟେଟିଭ୍ ଡଟ୍ କମ୍ ) ୱେବସାଇଟରେ ଚେକ୍ କରନ୍ତୁ । ଯଦି ୱେବସାଇଟରେ ସେହି ନଂ ଟ୍ରାକିଂ ପାଇଁ ଦିଆଯାଇଥିବ ତେବେ ଜାଣି ନେବେ ଯେ ଫୋନଟି ଚୋରି ହୋଇଥିବା ଫୋନ୍ ।

ରାମ୍ ଓ ପ୍ରୋସେସର – ବର୍ତ୍ତମାନ ୧୦ହଜାର ଟଙ୍କା ତଳକୁ ମଧ୍ୟ ୨ଜିବି ରାମର ଫୋନ୍ ସହଜରେ ମିଳିଯାଉଛି । ସେଥିପାଇଁ ଯେଉଁ ବି ସେକେଣ୍ଡ ହ୍ୟାଣ୍ଡ ଫୋନ୍ କିଣିବାକୁ ଯାଉଛନ୍ତି ,ତାହା ୨ଜିବି ରାମ୍ ବିଶିଷ୍ଟ ହେଲେ ଭଲ । କିନ୍ତୁ ଆପଣଙ୍କ ବଜେଟ୍ ଜଦି ୫ହଜାରରୁ ୬ହଜାର ହୋଇଥାଏ ତେବେ ୧ଜିବି ରାମର ଫୋନ୍ ମଧ୍ୟ ନେଇ ପାରିବେ ।

ହାର୍ଡୱେର୍ ଚେକ୍ – ଫୋନ୍ କିଣିବା ପୂର୍ବରୁ ଭଲ କରି ପରଖି ଦେଖନ୍ତୁ ଏଥିରେ କୈାଣସି ଚିହ୍ନ ନାହିଁ ତ କିମ୍ବା ଫୋନର କୈାଣସି ଅଂଶ ଭାଂଗି ଯାଇନି ତ । ଯଦି ନିଜେ ଫୋନ୍ କିଣିବାକୁ ଯାଉଛନ୍ତି ,ତେବେ ଲ୍ୟାପଟପ୍ ଏବଂ ୟୁଏସବି ସାଙ୍ଗରେ ନିଅନ୍ତୁ । ଲ୍ୟାପଟପରୁ ୟୁଏସବିରେ କନେକ୍ଟ କରି ଦେଖନ୍ତୁ ଯେ ଫୋନ୍ ଠିକ୍ ରୂପେ ଚାର୍ଜ ହେଉଛି ନା ନାହିଁ । ଏହା ବ୍ୟତୀତ କିଛି ଡାଟା ଟ୍ରାନ୍ସଫର କରି ମଧ୍ୟ ଦେଖନ୍ତୁ । ସିମ୍ କାର୍ଡ ପକାଇ ନେଟୱର୍କ ଆସୁଛି କି ନାହିଁ ଚେକ୍ କରି ଦେଖନ୍ତୁ । ଫଟୋ ଉଠାଇ କ୍ୟାମେରା ଚେକ୍ କରି ଦେଖନ୍ତୁ ।

ୱାରେଣ୍ଟ ଥିଲେ ଭଲ – ବେଳେ ବେଳେ ଫୋନ୍ କିଣିବାର କିଛି ଦିନ ପରେ ସଙ୍ଗେ ସଙ୍ଗେ ଫୋନକୁ ଅପଗ୍ରେଡ଼ କରି ଦେଇଥାନ୍ତି ଅଧିକାଂଶ ଲୋକ । ଏହାଦ୍ୱାରା ସେହି ଫୋନରେ ଆପ୍ଲିକେସନ ୱାରେଣ୍ଟ ଲାଗୁ ହୋଇଥାଏ ସେଥିପାଇଁ ସେହି ବ୍ୟକ୍ତିଙ୍କ ଠାରୁ ଫୋନ୍ କିଣନ୍ତୁ ଯେଉଁ ଫୋନର ୱାରେଣ୍ଟ ଥିବ ।