ଧୋନିଙ୍କୁ ନେଇ ବିସିସିଆଇ କରିଥିଲା ବଡ ଭୁଲ । ସୋସିଆଲ ମିଡିଆରେ ବିବାଦ ଦେଖା ଦେବା ପରେ ବୋର୍ଡ଼ ସୁଧାରିଲା ଭୁଲ

27

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ନା ମହେନ୍ଦ୍ର ସିଂ ଧୋନି । ଏକଥା ଆମେ ଏଥିପାଇଁ କହୁଛୁ କାରଣ ବିସିସିଆଇ ନଜରରେ ଗତକାଲି ରାତି ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର ଅଧିନାୟକ ଧୋନି ଥିଲେ । କିନ୍ତୁ ସୋସିଆଲ ମିଡିଆରେ ଏହାକୁ ନେଇ ଯେତେବେଳେ ମଜାକ କରାଗଲା ସେତେବେଳେ ବୋର୍ଡ଼ ନିଜର ଭୁଲ ବୁଝିପାରି ଏହାକୁ ଠିକ କରିଛି ।

ଘଟଣା ଅନୁଯାୟୀ, ବିସିସିଆଇର ୱେବସାଇଟରେ ମହେନ୍ଦ୍ର ସିଂ ଧୋନିଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ଦର୍ଶାଯାଇଥିଲା । ୱେବସାଇଟରେ ମହେନ୍ଦ୍ର ସିଂଙ୍କ ଧୋନିଙ୍କ ପ୍ରୋଫାଇଲର ତଳ ପାଶ୍ୱର୍କୁ ତାଙ୍କ ନାମ ପାଖରେ ଅଧିନାୟକ ବୋଲି ଲେଖାଯାଇଥିଲା । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହେବା ପରେ ଶୁକ୍ରବାର ଏଥିରେ ପରିବର୍ତ୍ତନ କରାଯାଇଛି । ଏବଂ ଧୋନିଙ୍କ ପ୍ରୋଫାଇଲରୁ ଅଧିନାୟକ ଶବ୍ଦ ହଟାଇ ଦିଆଯାଇଛି । କିନ୍ତୁ ଏହାକୁ ଠିକ୍ କରିବା ପୂର୍ବରୁ ବିସିସିଆଇର ଏହି ଭୁଲ ସୋସିଆଲ ମିଡିଆରେ ଭାଇରାଲ ହୋଇ ସାରିଥିଲା । ତେବେ ଏହାକୁ ପରିବର୍ତ୍ତନ କରିବା ପରେ ମଧ୍ୟ କୋହଲିଙ୍କ ନାମ ପାଶ୍ୱର୍ରେ ଅଧିନାୟକ ଲେଖିବାକୁ ଭୁଲି ଯାଇଛି ବିସିସିଆଇ ।

ଏଠାରେ ସୂଚନାଯୋଗ୍ୟ ଯେ, ଧୋନି ଡିସେମ୍ବର ୨୦୧୪ ମସିହାରେ ଅଷ୍ଟ୍ରେଲିଆ ସିରିଜ ମଝିରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏହାବାଦ୍ ୪ ଜାନୁଆରୀ ୨୦୧୭ ମସିହାରେ ଦିନିକିଆ କ୍ରିକେଟ ଓ ଟି-୨୦ ଫର୍ମାଟର ଅଧିନାୟକ ପଦ ଛାଡିଥିଲେ ଧୋନି । ଏହାପରେ ଏହି ତିନୋଟି ଫର୍ମାଟରେ ଭାରତର ଅଧିନାୟକ ଭାବେ ବିରାଟ କୋହଲିଙ୍କୁ ନିଯୁକ୍ତି ଦିଆଯାଇଛି ।