ଧନୀ ସଂସ୍ଥାର ଗରିବ ମନ ! ଭିଡିଓ ଫୁଟେଜ୍ ପାଇଁ ସଚିନଙ୍କୁ ଟଙ୍କା ମାଗିଲା ବିସିସିଆଇ

43

କନକ ବ୍ୟୁରୋ : ଧନୀ ସଂସ୍ଥାର ଗରିବ ମନ । ବିଶ୍ୱର ସବୁଠୁ ବଡ଼ ଧନୀ କ୍ରିକେଟ ବୋର୍ଡ ବିସିସିଆଇ, ଭିଡିଓ ଫୁଟେଜ୍ ପାଇଁ ସଚିନଙ୍କୁ ମାଗିଲା ଟଙ୍କା । କୌଣସି ରିହାତି ଦେବା ପାଇଁ ସଫା ସଫା ମନା କରିଦେଇଥିବା ବେଳେ ନିର୍ଦ୍ଧାରିତ ଟଙ୍କା ଦେବା ପାଇଁ କହିଛି ଭାରତୀୟ କ୍ରିକେଟ ବୋର୍ଡ । କିମ୍ବଦନ୍ତୀ କ୍ରିକେଟର ସଚିନଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଫିଲ୍ମ- ସଚିନ୍ : ଏ ବିଲିୟନ ଡ୍ରିମ୍ସ ପାଇଁ ତାଙ୍କ କ୍ୟାରିୟର କିଛି ଗୁରୁତ୍ୱପୂର୍ଣ୍ଣ ମୁହୁର୍ତର ଭିଡିଓ ଆବଶ୍ୟକ କରୁଛନ୍ତି ଫିଲ୍ମ ନିର୍ମାତା କଂପାନୀ ।

ଯେଉଁଥି ପାଇଁ ବିସିସିଆଇକୁ ଯୋଗାଯୋଗ କରାଯାଇଥିଲା । ଅବସର ନେବା ବେଳେ ସଚିନ ଦେଇଥିବା ବିଦାୟୀ ଭାଷଣ ସମେତ କିଛି ମ୍ୟାଚର ଭିଡିଓ ଫୁଟେଜ୍ ବିସିସିଆଇକୁ ମଗାଯାଇଥିଲା । ବିଦାୟୀ ଭାଷଣର ଭିଡିଓ ମାଗଣା ଦେବା ପାଇଁ ରାଜି ହୋଇଥିବା ବେଳେ ଅନ୍ୟ ସବୁ ଭିଡିଓ ପାଇଁ ନିର୍ଦ୍ଧରିତ ଦାମ ଦେଇ ନେବା ପାଇଁ କହିଛି ବିିସିସିଆଇ ।

ନିଜ ବ୍ୟବସାୟକୁ ନେଇ ବେଶ୍ ସଚେତନ ଥିବା ବିସିସିଆଇ, ସଚିନଙ୍କ ଭଳି ମହାନ ଖେଳାଳିଙ୍କ ଏକ୍ଷେତ୍ରରେ ବି କାଣିଚିଏ ସାଲିସ୍ କରିବାକୁ ମନା କରିଦେଇଛି । ତେବେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ । ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ନିର୍ମାଣ ହୋଇଥିବା ଫିଲ୍ମ ବେଳେ ବି ବିସିସିଆଇ ଭିଡିଓ ଫୁଟେଜ୍ ପାଇଁ ପ୍ରାୟ ଏକ କୋଟି ଟଙ୍କା ଦେଇଥିଲା ବିସିସିଆଇ ।