ତାତିରୁ ମିଳିଲା ତ୍ରାହୀ : କାଳବୈଶାଖୀରେ ଭିଜିଲା ଉପକୂଳ ଓଡିଶା

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଚଣ୍ଡ ଗ୍ରୀଷ୍ମ ତାତିରୁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ଓଡିଶାବାସୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଘଡ ଘଡି ସହ ବର୍ଷା ହେଉଛି । ସେହିଭଳି ଟ୍ୱିନ ସିଟିରେ ମଧ୍ୟ ଝାଂଜିପବନ ସହ ବର୍ଷା ହେଉଛି । କଟକ-ଭୁବନେଶ୍ୱରବାସୀଙ୍କୁ ଖରାର ତାତିରୁ ସାମାନ୍ୟ ଆଶ୍ୱସ୍ତ କରିଛି ବର୍ଷା । ଆଠଗଡ ଓ ନୂଆପଡାରେ ମଧ୍ୟ କାଳବୈଶାଖୀ ହୋଇଛି ।

ତେବେ କାଳବୈଶାଖୀରେ ଭୁବନେଶ୍ୱର ନିକୋପାର୍କ ଛକରେ ଲାଇଟ୍ ପୋଷ୍ଟ ଭାଙ୍ଗିପଡିଛି  । ଟ୍ରାଫିକ ପୋଷ୍ଟରେ ଲାଗିଥିବା ଲଇଟ୍ ଗୁଡିକ ପବନରୁ ଖସିପଡିବାରୁ ଗୋଟିଏ ବûଇକ୍, ଗୋଟିଏ ସ୍କୁଟି ଓ ଗୋଟିଏ କାର୍ ଭାଙ୍ଗି ଯାଇଛି ।  ଏଥିରେ ସ୍କୁଟି ଆରୋହି ଆହତ ହୋଇଛନ୍ତି । ତେବେ ସେ ହେଲମେଟ୍ ପିନ୍ଧିଥିବାରୁ ତାଙ୍କ ମୁଣ୍ଡରେ କୌଣସି ଆଘାତ ଲାଗିନଥିବା ବେଳେ ହାତରେ ଶକ୍ତ ଆଘାତ ଲାଗିଛି ।

ସେପଟେ ଭଂଜନଗରରେ କାଳବୈଶାଖୀ ଯୋଗୁଁ ବଜ୍ରପାତ ହୋଇଛି । ଏଥିରେ ୪ଟି ନଡିଆଗଛ ଜଳିଯାଇଛି ।