କାଶ୍ମୀରରେ ଅଶାନ୍ତି ଥିବା ନେଇ ଭିଡିଓ ଜାରି କଲେ ବିବିସିର ସାଉଦ୍ ଏସିଆ ବ୍ୟୁରୋ ମୁଖ୍ୟ, ଗୃହମନ୍ତ୍ରାଳୟ କହିଲା, ମନଗଢ଼ା ତଥ୍ୟ ।

694

କନକ ବ୍ୟୁରୋ: ସ୍ୱାଭାବିକ୍ ହେଉଛି କାଶ୍ମୀର ସ୍ଥିତି । ସ୍କୁଲ-କଲେଜ ଖୋଲିଛି, ଦୋକାନ-ବଜାର ସ୍ୱାଭାବିକ୍ ହେଉଛି । କିଛି ସ୍ଥାନରୁ କର୍ଫ୍ୟୁ ବି ହଟିଛି । ହେଲେ ଘାଟିର ଏହି ସ୍ଥିରତା ଯେମିତି ପାଶ୍ଚାତ୍ୟ ଗଣମାଧ୍ୟମକୁ ଦେଖାଯାଉନି । ଯେଉଁଥି ପାଇଁ ବୋଧେ ବିବିସି ଆରମ୍ଭ କରିଦେଇଛି ନକରାତ୍ମକ ରିପୋର୍ଟିଂ ।

ସୂଚନା ମୁତାବକ, ବିବିସିର ସାଉଥ୍ ଏସିଆ ବ୍ୟୁରୋ ମୁଖ୍ୟ ନିକୋଲ କରିମ୍ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ କାଶ୍ମୀରରେ ଅଶାନ୍ତି ଥିବା ଦର୍ଶାଯାଇଛି । ପୁଲିସ୍ ଜନତାଙ୍କ ଉପରେ ଲୁହବୁହା ଗ୍ୟାସ୍ ମାଡ଼ କରୁଛି ଏବଂ ଫାଏରିଂ କରୁଛି ।
ସେପଟେ ବିସିସି ଯେଉଁ ଦାବି କରଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ଭାରତର ଗୃହମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗୃହମନ୍ତ୍ରାଳୟ ମୁଖପାତ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଏହା ସଂପୂର୍ଣ୍ଣ ମନଗଢ଼ା ଏବଂ ଭିତ୍ତିହୀନ । ଶ୍ରୀନଗର ଏବଂ ବାରାମୁଲାରେ ଗୋଟିଏ ଦୁଇଟି ବିକ୍ଷୋଭ ହୋଇଥିଲା, ଯେଉଁଥିରେ ପ୍ରାୟ ୨୦ ଜଣ ବିକ୍ଷୋଭକାରୀ ସାମିଲ ଥିଲେ ।

ଏପଟେ ଜାମ୍ମୁ କାଶ୍ମୀର ପୁଲିସ୍ କହିଛି- ଧାରା ୩୭୦ ଲାଗୁ ହେବା ପରେ ଗୋଟିଏ ବି ଫାଏରିଂ ହୋଇ ନାହିଁ । ତେବେ ଭାରତ, ପ୍ରତି ପାଶ୍ଚାତ୍ୟ ଗଣମାଧ୍ୟମର ଦୃଷ୍ଟିକୋଣ କ’ଣ ଏହା କାହାରିକୁ ଅଛପା ନାହିଁ । ଯେତେବେଳେ ବି ଭାରତର କାହାଣୀ ବିବିସି ଭଳି ଚ୍ୟାନେଲ ପରିବେଷଣ କରନ୍ତି । ସେମାନଙ୍କ ଆଖିରେ ଭାରତରେ କେବଳ ବସ୍ତି, ଦାରିଦ୍ରତା ହିଁ ନଜରକୁ ଆସେ ।

ଏଭଳି ସ୍ଥିତିରେ କାଶ୍ମୀରକୁ ନେଇ ବିବିସି କରିଥିବା ଷ୍ଟୋରୀ କେଉଁ ଦିଗକୁ ଇସାରା କରୁଛି ଏଥିରେ କୌଣସି ସନ୍ଦେହ ନାହିଁ । ଏପଟେ ଜାମ୍ମୁ-କାଶ୍ମୀରର ପୁଲିସ ଆଇଜି, ଏସ୍ପି ପାଣି କହିଛନ୍ତି, କିଛି ଅର୍ନ୍ତଜାତୀୟ ଗଣମାଧ୍ୟମ କାଶ୍ମୀରକୁ ନେଇ ଯେଉଁ ରିପୋର୍ଟ ଦେଇଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ । ସେଭଳି କୌଣସି ଘଟଣା ଘଟି ନାହିଁ । ଗୋଟିଏ ସପ୍ତାହ ଧରି କାଶ୍ମୀର ଶାନ୍ତିପୂର୍ଣ୍ଣ ରହିଛି ।