ବର୍ଷାସୋନି ଯୌତୁକ ନିର୍ଯାତନା ମାମଲାରେ ଭରଣପୋଷଣ ନେଇ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି ବାଲେଶ୍ୱର ଫ୍ୟାମିଲି କୋର୍ଟ । ମାସିକ ୧୬ ହଜାର ଟଙ୍କା ଭରଣପୋଷଣ ପାଇଁ ନିଦେ୍ର୍ଦଶ ଦେଇଛନ୍ତି କୋର୍ଟ । ଜାନୁଆରୀ ୧୪ ତାରିଖରେ କୋର୍ଟ ତାଙ୍କ ମଧ୍ୟବର୍ତିକାଳୀନ ରାୟରେ ମାସିକ ୨୫ ହଜାର ଟଙ୍କା ଭରଣପୋଷଣ ପାଇଁ ନିଦେ୍ର୍ଦଶ ଦେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ରାୟ ପରେ ପୁଣି ଏକାଠି ହେବେ କି ବର୍ଷା ସୋନି ଆଉ ରାଜାଶ୍ରୀ ମହାନ୍ତି । ହାଇପୋ୍ରଫାଇଲ ଫ୍ୟାମିଲିର ପାରିବାରିକ କଳହରେ ପଡିବ କି ପୂର୍ଣ୍ଣଛେଦ । ବର୍ଷାସୋନୀ ଯୈାତୁକ ନିର୍ଯ୍ୟାତନା ମାମଲାରେ ଭରଣପୋଷଣ ବାବଦରେ ରାଜାଶ୍ରୀ, ବର୍ଷାସୋନିଙ୍କୁ ମାସିକ ୧୬୦୦୦ ଟଙ୍କା ଦେବା ନେଇ କୋର୍ଟ ରାୟ ଦେବା ପରେ ଶୀତଳ ପଡିଛି ବର୍ଷା- ରାଜାଶ୍ରୀ ବିବାଦ । ବିବାହ ବିଚ୍ଛେଦ ଚାହୁଁ ନାହାଁନ୍ତି ବୋଲି ବର୍ଷା ସୋନୀ କହିଥିବା ବେଳେ ସମାଧାନ ପାଇଁ ନିଜ ପରିବାର ସହ କଥା ହେବେ ବୋଲି କହିଛନ୍ତି ରାଜାଶ୍ରୀ । ୨୦୧୩ ମସିହାରେ ଶାସକଦଳର ମନ୍ତ୍ରୀ ରଘୁନାଥ ମହାନ୍ତି, ତାଙ୍କ ପୁଅ ରାଜାଶ୍ରୀ ଓ ପରିବାରେ ବିରୋଧରେ ଯୈାତୁକ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ ବହୁ ବର୍ଷା ସୋନୀ । ମାମଲା କୋର୍ଟରେ ପହଁଚିଥିଲା ଓ ଜେଲ ଯାଇଥିଲେ ରଘୁନାଥ ମହାନ୍ତି, ତାଙ୍କ ପୁଅ ଓ ସ୍ତ୍ରୀ । ହେଲେ କୋର୍ଟଙ୍କ ରାୟ ଆସିବା ପରେ ଏବେ ନରମ ପଡିଛନ୍ତି ବର୍ଷା ଓ ରାଜାଶ୍ରୀ ।