ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଆରମ୍ଭ ! ଯାତ୍ରା ଦେଖିବାକୁ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଭିଡ

48

କନକ ବ୍ୟୁରୋ : ଆରମ୍ଭ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା । ମାଆଙ୍କ ଅନୁମତି ମିଳିବା ପରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା କରାଯାଇ ମାଆଙ୍କୁ ଆମନ୍ତ୍ରଣ କରାଯାଇଛି । ପୁରୁଣା ମନ୍ଦିରରେ ମାଆ ବୁଢୀ ଠାକୁରାଣୀଙ୍କ ପୂଜା କରି ବାପ ଘରକୁ ବା ଅସ୍ଥାୟୀ ମନ୍ଦିରକୁ ଆମଗମ କରିବା ପାଇଁ ପୂଜା କରାଯାଇଛି ।

ବିଧି ଅନୁସାରେ ପୂଜାପାଠ ପରେ ସଂଧ୍ୟାରେ ବାଳଭୋଗ, ସଂଧ୍ୟା ଆଳତି ଓ ଦଶଦିଗପାଳ ପୂଜା ପରେ ମାଆଙ୍କ ନିକଟରେ ଅନ୍ନଭୋଗ ଲଗାଯାଇଛି । ମାଆଙ୍କ ବେଶପାଟୁଆର ପରେ ମହାଦୀପ ବେଢା ପରିକ୍ରମା କରିଛି ଏବଂ ନୂତନ ଧ୍ୱଜା ବନ୍ଧନ ହୋଇଛି । ସମସ୍ତ ବିଧି ପରେ ମାଆ ବୁଢୀ ଠାକୁରାଣୀ ବାପ ଘରଯିବାକୁ ପ୍ରସ୍ତୁତ ହୋଇଛନ୍ତି । ଏହା ଯାତ୍ରା ଦେଖିବାକୁ ପଡୋଶୀ ଜିଲ୍ଲା ସମେତ ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ବ୍ରହ୍ମପୁରରେ ଜମେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –